ସିଭିଲ ସର୍ଭିସ ପରୀକ୍ଷା ରେ ସୋନପୁର ର କାର୍ତ୍ତିକ ପାଣିଗ୍ରାହୀ ହେଲେ ଓଡ଼ିଶା ଟପ୍ପର


ସୁବର୍ଣ୍ଣପୁର (ଗଣପତି ବାଘ)ୟୂପିଏସସି ଦ୍ୱାରା ପରିଚାଳିତ ୨୦୨୧ ବର୍ଷର ସର୍ବ ଭାରତୀୟ ପ୍ରଶାସନିକ ସେବା ର ପରୀକ୍ଷାଫଳ ଗତକାଲି ପ୍ରକାଶ ପାଇଛି। ଏଥିରେ ସୋନପୁର ର କାର୍ତ୍ତିକ ପାଣିଗ୍ରାହୀ ଓଡିଶା ଟପ୍ପର ଭାବେ ସର୍ବ ଭାରତୀୟ ସ୍ତରରେ ୬୩ତମ ସ୍ଥାନରେ ରହି ସୋନପୁର ପାଇଁ ଗୌରବ ଆଣିଛନ୍ତି। ସେ ଦିଲ୍ଲୀ ୟୁନିଭର୍ସିଟିରେ ଇତିହାସବିଭାଗରେ ଏମ୍ ଫିଲ୍ କରୁଥିବା ବେଳେ ଏହା ତାଙ୍କର ତୃତୀୟ ଚାନ୍ସ ଥିଲାବୋଲି ଜଣାପଡିଛି।ସେ ସଫଳତା ର ସମସ୍ତ ଶ୍ରେୟ ତାଙ୍କର ପରିବାରକୁ ଦେଇଥିବା ବେଳେ ସେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ଆଇଏଏସ୍ ଭାବରେ କୃତକାର୍ଯ୍ୟ ହୋଇଥିବା ଯୋଗୁଁ ଜିଲ୍ଲାରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ ଶ୍ରୀମାନ ପାଣିଗ୍ରାହୀ ଦିଲ୍ଲୀ ଏୟାରପୋର୍ଟ ର ଏଜିଏମ୍ ଭାବରେ କାର୍ଯ୍ୟରତ ଶିବଶଙ୍କର ପାଣିଗ୍ରାହୀ ଓ ଗୀତା ପାଣିଗ୍ରାହୀ ଙ୍କ ବଡ଼ପୁଅ ହୋଇଥିବାବେଳେ ସୁବର୍ଣ୍ଣପୁର ଗଡ଼ଜାତର ବିଶିଷ୍ଟ ପଣ୍ଡିତ ସ୍ୱର୍ଗତ ଷଷ୍ଠୀ କୁମାର ପାଣିଗ୍ରାହୀ ଓ ବୃନ୍ଦାବତୀ ପାଣିଗ୍ରାହୀ ଙ୍କ ପୌତ୍ର ଅଟନ୍ତି

Post a Comment

Previous Post Next Post