ପାଠୀ ସାରଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ଜନ ପ୍ରିୟ ଅଧକ୍ଷ ମନୋଜ କୁମାର ପାଠୀ ଦୀର୍ଘ ୩୮ ବର୍ଷ ପରେ ଚାକିରୀରୁ ଅବସର ନେଇଛନ୍ତି. ସେ ଥିଲେ ଏକା ଧାରାରେ ଜଣେ ଦରଦୀ,ମେଳାପୀ,ସରଳ,ନମ୍ର 
ସ୍ୱଭାବ,କ୍ରୀଡ଼ାବିତ,ଚିତ୍ରକର,ସମାଜ ସେବି,କବି,ଲେଖକ,ଦକ୍ଷ,ଅଧ୍ୟାପକ,ସମୟାନୁ ବର୍ତ୍ତିତାର ବ୍ୟକ୍ତିତ୍ୱ,ଛାତ୍ର ବତ୍ସଳ,ଯୋଗୀ,ହାସ୍ୟ କଳାକାର,ପଦ କନ୍ଦୁକ ଏବଂ ପ୍ରଭୁ ଜଗନ୍ନାଥଙ୍କ ଉପରେ ଭଲ ଭାଷକ ତଥା ବିଶିଷ୍ଟ ବକ୍ତା. ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ସେ କଲେଜର ଅନୁଭବ ଦେଇଛନ୍ତି. ତାଙ୍କ ଭଲ ପାଇବା କାହାକୁ ଅଛପା ନୁହେଁ. ସେ ସମସ୍ତଙ୍କୁ ଅତି ଆପଣାର କରି ଦୀର୍ଘ ୧୪ ବର୍ଷ ଧରି ଅଧକ୍ଷ ଦାୟିତ୍ୱ ଅତି ସୁଚାରୁ ରୂପରେ ତୁଲାଇ ମହାବିଦ୍ୟାଳୟ ପାଇଁ ସୁନାମ ଆଣିବାରେ ସଫଳତା ଅର୍ଜନ କରି ପାରିଛନ୍ତି. ଶ୍ରୀଯୁକ୍ତ ପାଠୀଙ୍କ ବିଦାୟ କାଳୀନ ଉତ୍ସବରେ ଶ୍ରୀମତୀ ଧରିତ୍ରୀ ରାଣୀ କାନୂନଗୋଙ୍କ ସଭାପତିତ୍ୱରେ ପି ଇ ଟି ରଞ୍ଜନ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ. ଉତ୍ସବରେ ପ୍ରାୟ ୩୦୦ ରୁ ଉର୍ଦ୍ଧ ପୁରାତନ ନୂତନ ଛାତ୍ର ଛାତ୍ରୀ ଯୋଗ ଦେଇ ପାଠୀଙ୍କ ଆରୋଗ୍ୟ ଜୀବନ କାମନା କରିଥିଲେ. କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ପ୍ରଶାନ୍ତ କୁମାର ସେଠି ଧନ୍ୟବାଦ ଦେଇଥିଲେ ଏବଂ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସକ୍ରିୟ ସହଯୋଗ କରିଥିଲେ

Post a Comment

Previous Post Next Post