କଣ୍ଟାମାଳ (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନ ମୁଣ୍ଡା ଗ୍ରାମ ପଞ୍ଚାୟତ ମନ ମୁଣ୍ଡା ରେ ସମସ୍ତ ଗ୍ରାମବାସୀ ପାଣି ପାଇଁ ହାହାକାର ହେଉଥିବା ବେଳେ ବାସୁଦେବ ପାଲି କୁ ସମ୍ପୂର୍ଣ୍ଣ ରୂପେ ଜଳ ଯୋଗାଣ ହେଉନଥିବା ବେଳେ ତେଳନଦି କୁ ଲାଗି ରହି ଥିବା ମନ ମୁଣ୍ଡା ସହରରେ ଦେଖାଦେଇଛି ଏଭଳି ସମସ୍ୟା। ।ମନ ମୁଣ୍ଡା ସହରବାସୀ ଙ୍କ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯାଇ ଦେଉଳି ଘାଟ ତେଲନଦି ରୁ ଜଳ ଯୋଗାଣ ର ବ୍ୟବସ୍ଥା ହୋଇଥିବା ସତ୍ତ୍ୱେ ନାମକୁ ମାତ୍ର ତାହା ଜଳ ଯୋଗାଣ ବ୍ୟବସ୍ଥା ବୋଲି ଅଞ୍ଚଳ ବାସି ପ୍ରକାଶ କରିଛନ୍ତି। କେତେବେଳେ ମୋଟରପୋଡ଼ିଯିବା ପାଇଁ ପାଣି ପାଇବାରୁ ବଞ୍ଚିତ ହେଉଥିବା ବେଳେ କେତେବେଳେ ପୁଣି ବିଦ୍ୟୁତ୍ ତାର ପଡିଯିବା ପାଇଁ ପାଣି ପାଇବାରୁ ବଞ୍ଚିତ ହୁଅନ୍ତି ଉକ୍ତ ଗ୍ରାମବାସୀ। ଆଜକୁ ପ୍ରାୟ ପାଞ୍ଚ ମାସ ହେବ ଜଳ ଯୋଗାଣ ହେବାରୁ ବଞ୍ଚିତ ଅଛନ୍ତି ଉକ୍ତ ମନ ମୁଣ୍ଡା ସହର ବାସି। ଅନ୍ୟପଟରେ ବୌଦ୍ଧ ଜିଲ୍ଲା ଖରା ଯୋଗୁଁ ତତଲା କଢ଼େଇ ସାଜିଥିବା ବେଳେ ମନ ମୁଣ୍ଡା ଅଞ୍ଚଳରେ ପାରଦ ୪୫ ଡିଗ୍ରୀ ଉପରେ ।ପାଖରେ ବହି ଯାଉଥିବା ତେଲ ନଦୀ ମଧ୍ୟ ଶୁଖିଲା ଅବସ୍ଥାରେ ପଡ଼ି ରହିଛି ତେଣୁ ବୃଦ୍ଧା ଠୁ ଛୁଆ ପର୍ଯ୍ୟନ୍ତ ଗାଧୋଇବା ପାଇଁ ନଦୀ ମଝିକୁ ଗଲେ ଯାଇ ଗାଧୋଉଥିବା ବେଳେ ବହୁ କଷ୍ଟକର ହୋଇପଡିଛି ଜୀବନ ଜୀବିକା।ଆଜି ସହ ସହ ମହିଳା ମାନେ ଓ ଗ୍ରାମବାସୀ ଆଜି ମନ ମୁଣ୍ଡା ଗ୍ରାମ ପଞ୍ଚାୟତ ରେ ପହଞ୍ଚି କେବେ ଉକ୍ତ ପାନୀୟ ଜଳ ଚାଲୁ ହେବା ଓ ଆମ୍ଭେ ପାଣି ପାଇବୁ ବୋଲି ସରପଞ୍ଚ ରଞ୍ଜୁ ବେହେରା ଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ନ ଦେଇ ଚୁପ୍ ରହିଥିଲେ। ଆଗାମୀ ଦୁଇ ଚାରିଦିନ ମଧ୍ୟରେ ଯଦି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନ ହୁଏ ତାହା ହେଲେ ରାଜ ରାସ୍ତାକୁ ଓହ୍ଲାଇବାକୁ ମହିଳା ମାନେ ଅଣ୍ଟା ଭିଡି ଛନ୍ତି।
ପିଇବା ପାଣି ପାଇଁ ହାହାକାର ,ସରପଞ୍ଚ ଙ୍କୁ ଘେରିଲେ ଗ୍ରାମବାସୀ
ଆଜତକ ଓଡ଼ିଶା
0
Post a Comment