ବସ୍ତାବ୍ଲକ ବିଜେଡି ସମବାୟ ନିର୍ବାଚନ କମିଟି ଗଠିତ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ବିଭିନ୍ନ ପ୍ରାଥମିକ ସେବା ସମବାୟ ସମିତିରେ ହେବାକୁ ଥିବା ନିର୍ବାଚନ ପ୍ରରିପ୍ରେକ୍ଷୀରେ ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ଲକ ର ୭ଟି ସମିତି କୁ ନେଇ ଏକ ବୈଠକ ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଆହ୍ବାନ କ୍ରମେ ଅନୀଲ ମହାନ୍ତିଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବିଜେଡି ରାଜ୍ଯ ସାଧାରଣ ସମ୍ପାଦକ ତଥା ନିର୍ବାଚନ ପରିଚାଳନା କମିଟି ସଦସ୍ଯ ଶ୍ୟାମାପ୍ରସାଦ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ କୃଷକ ହିତୈଷୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ।ଅନ୍ୟତମ ସଦସ୍ଯ ସମବାୟବିତ ଅଜୟ ସାମଲ,ପୂର୍ବତନ ବସ୍ତା ବ୍ଲକ ଅଧକ୍ଷ ଲକ୍ଷ୍ମୀଧର ଦାସ,ଶଙ୍କର କର,ଲିପିକା ରାଉଳ,ଅର୍ଜନ ଦଣ୍ଡପାଟ,ବିରାଜ ସିଂଦେଓ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ନିର୍ବାଚନ ପରିଚାଳନା ପାଇଁ ମୁକୁଳିସି ସମିତିରେ ରଞ୍ଜନ ଧଳ,ଭଗବତୀରେ ନିଗମାନନ୍ଦ ଗିରି,ରାଉତପଡାରେ ହରେନ୍ଦ୍ର ଦାସ,ବସ୍ତାରେ ଚିନ୍ମୟ ଶତପଥୀ,ମଥାନୀରେ ଜୟପ୍ରକାଶ ବେହେରା,ଶୀତଳାରେ ଭଜହରି ପରିଡା ଓ ନାଇକୁଡିରେ ଭାଗବତ ମହାନ୍ତିଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦିଯାଇଛି।ଏମାନଙ୍କୁ ସହଯୋଗ କରିବା ପାଇଁ ବରିଷ୍ଠ ନେତୃମଣ୍ଡଳୀ ଙ୍କୁ ସହସଂଯୋଜକ ଭାବେ ମନୋନୀତ କରାଯାଇଛି

Post a Comment

Previous Post Next Post