ଦୁଇଟି ସ୍ଥାନରୁ ୬୫କେଜି ଗଂଜେଇ ସହ କାର ଓ ବାଇକ ଜବତ ୪ ଗଞ୍ଜେଇ ମାଫିଆକୁ ଗିରଫ


କଣ୍ଟାମାଳ,(ସୁଶାନ୍ତ କୁମାର ବେହେରା) ଭିନ୍ନ ଭିନ୍ନ ଦୁଇଟି ସ୍ଥାନରୁ ବିପୁଳ ପରିଣାମର ଗଂଜେଇ ସହ ଚାଲାଣ ରେ ବ୍ୟବହୃତ କାର ଓ ବାଇକ ଜବତ ସହ ୪ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି ପୋଲିସ ସୂଚନା ମତେ କଣ୍ଟାମାଲ ପୋଲିସ ଖବର ପାଇ ଏକ ଟିମ ଦୁଇଟି ସ୍ଥାନ ତଥା ମଳିକକୁଦ ଓ ସିଲେଟ ପଡାଛକ ନିକଟରୁ ଗଞ୍ଜେଇ ଚୋରଚାଲାଣ ବେଲେ ପୋଲିସ ଚଢ଼ାଉକରି ଓଡ଼ିି ୦୨ ବିଏ ୫୫୭୧ନଂ ଥିବା ଏକ ଡିଜାର କାର ରୁ ୫୦କେଜି ଓ ବାଇକ ରେ ୧୫କେଜି ଗଂଜେଇ ଚାଲାଣ ବେଳେ ଗଂଜେଇ ସହ ଉଭୟ ଗାଡି ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ପୋଲିସ।ଅଭିଯୁକ୍ତ ମାନେ କନ୍ଧମାଳ ଜିଲ୍ଲାର ଭବାନୀ ଶଙ୍କର ପଟନାୟକ, କଟକ ଜିଲ୍ଲା ରାମଚନ୍ଦ୍ର ଦାସ, ନୟାଗଡ ଜିଲ୍ଲା ରାଜାରଞ୍ଜନ ନାୟକ ଓ ସୁବର୍ଣ୍ଣପୁର ଜିଲ୍ଲାର ଲକ୍ଷ୍ମଣ ତାଣ୍ଡି ବୋଲି ଡିଏସପି ତପସ୍ୱିନୀ କହଁର ସୂଚନା ଦେଇଛନ୍ତି । 



Post a Comment

Previous Post Next Post