ସୁବର୍ଣ୍ଣପୁର(ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ର ବୈଠକ ଜିଲ୍ଲାପାଳ ଙ୍କ ସମ୍ବିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକ ରେ ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ନରୱାଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଅତିରିକ୍ତ ପରିବହନ ଅଧିକାରୀ ଶିବାଶିଷ ସାହୁ, ଏମଭିଆଇ ଲୋକନାଥ ନାୟକ ସଡ଼କ ସୁରକ୍ଷା ସମିତି ର ସଦସ୍ୟ ସଦସ୍ୟା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରବୀନ ପଟ୍ଟନାୟକ,ଜିଲ୍ଲାର ସଡ଼କ ସୁରକ୍ଷା ଓ ସଡ଼କ ଦୁର୍ଘଟଣାକୁ ହ୍ରାସ କରାଯିବା ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ତଥା ସଡ଼କ ଦୁର୍ଘଟଣା ର ସ୍ଥିତି ଉପରେ ସୂଚନା ପ୍ରଦାନ କରିଥିଲେ । ବର୍ତ୍ତମାନ ର ବର୍ଦ୍ଧିତ ଜନ ବସତି ସାଙ୍ଗକୁ ଦୁଇ ଚକିଆ, ଚାରିଚକିଆ ଯାନ ର ବହୁଳ ବ୍ୟବହାର ସଡ଼କ ସୁରକ୍ଷା ସଚେତନତା ପାଇଁ ଜରୁରୀ ଓ ଅପରିହାର୍ଯ୍ୟ ହୋଇପଡିଛି । ବିଶେଷ କରି ଗାଡି ଚାଳନା ସତର୍କତା ଅବଲମ୍ବନ ଦୁର୍ଘଟଣା କୁ ହ୍ରାସ କରିବାରେ ସହାୟକ ହେବ । ଯେପରି ଗାଡି ଚାଳନା ସମୟରେ ହେଲମେଟ ବ୍ୟବହାର, ସିଟ ବେଲ୍ଟ ପରିଧାନ କରିବା, ନିଶାସକ୍ତ ଅବସ୍ଥାରେ ଗାଡି ନ ଚଳାଇବା, ଉଚିତ ସ୍ଥାନରେ ଗାଡି ପାର୍କିଙ୍ଗ କରିବା,ଗାଡି ଚାଳନା ଲାଇସେନ୍ସ ଓ ଇନସ୍ୟୁରେନ୍ସ କୁ ନିଶ୍ଚିତ କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରାଯାଇଛି । ଜିଲ୍ଲାରେ ନୋ ହେଲମେଟ ନୋ ପେଟ୍ରୋଲ କୁ ଗୁରୁତ୍ୱାରୋପ ପୂର୍ବକ ଜିଲ୍ଲା ପରିବହନ ଅଧିକାରୀ ଓ ଜିଲ୍ଲା ଯୋଗାଣ ଅଧିକାରୀ ମିଳିତ ଭାବେ ଜିଲ୍ଲା ପେଟ୍ରୋଲ ପମ୍ପ ମାଳିକ ଙ୍କ ସହ ବୈଠକ କରି ଅତିଶୀଘ୍ର ଏହି ନିୟମ କୁ କଡାକଡି ଭାବେ ଜିଲ୍ଲାର ପ୍ରତ୍ୟେକ ପମ୍ପ ରେ କାର୍ଯ୍ୟକାରୀ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ଜିଲ୍ଲାପାଳ ଗରୁତ୍ୱାରୋପ କରିଛନ୍ତି । ସହର ତଥା ଜନ ଗହଳିପୂର୍ଣ୍ଣ ସ୍ଥାନ, ଜାତୀୟ ତଥା ରାଜ୍ୟ ରାଜପଥ ପାର୍ଶ୍ଵ ରେ ଭାରି ଯାନ ପାର୍କିଙ୍ଗ ନ କରିବାକୁ ପଦକ୍ଷେପ ନେବାକୁ ବୈଠକ ରେ ନିଷ୍ପତ୍ତି ନିଆଯାଇଛି । ଦୁଇ ଚକିଆ ଯାନ ରେ ତିନି ଜଣ ନ ଯିବା ଓ ହେଲମେଟ ପିନ୍ଧିବା ଏପରିକି ଡ୍ରାଇଭିଂଗ ଲାଇସେନ୍ସ ଓ ମଦ୍ୟପ ଚାଳକ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ବୈଠକ ରେ ନିଷ୍ପତି ଗ୍ରହଣ କରାଯାଇଛି । ବିଭାଗ ତରଫରୁ ବିଭିନ୍ନ ରାସ୍ତାରେ ଯାନବାହାନ ଗୁଡିକ ର ନିୟମିତ ଭାବରେ ମିଳିତ ଯାଞ୍ଚ ପ୍ରକ୍ରିୟା ଚାଲୁ ରଖିବା ନେଇ ଆଲୋଚନା କରାଯାଇଥିଲା । ସଡ଼କ ଦୁର୍ଘଟଣା ପୂର୍ବ ଅପେକ୍ଷା ଏବେ କମ ରହିଥିଲେ ସୁଦ୍ଧା ଆଗକୁ ଏହା ଯେପରି ଜିରୋ କାଜୁଆଲଟି ହେବ ସେ ଦିଗରେ ଯତ୍ନବାନ ହେବାକୁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ମଦ୍ୟପାନ କରି ଗାଡି ଚାଳକଙ୍କ ଉପରେ କଡା ନଜର ଦେବାକୁ ବୈଠକ ରେ ଆଲୋଚନା କରାଯାଇଥିଲା ।
ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ
ଆଜତକ ଓଡ଼ିଶା
0
Post a Comment