ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ହରଭଙ୍ଗା ବ୍ଲକ ପୁରୁଣାକଟକ ମା ଭୈରବୀ ମନ୍ଦିର ର ନିର୍ମାଣ କାର୍ଯ୍ୟ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁଭ ରମ୍ଭ ହୋଇଛି! ସକାଳେ ମନ୍ଦିର ପରିସରରେ ହୋମ ଯଜ୍ଞ ଅନୁଷ୍ଠିତ ହେବା ପରେ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ କୁମାର ପ୍ରଧାନ ପ୍ରଥମ ଇଟା ନିର୍ମାଣ ମିସ୍ତ୍ରୀ ଗୋଲକ ମହାରଣା ଙ୍କୁ ପ୍ରଦାନ କରିଥିଲେ " ଏହା ପରେ ବହୁ ସଂଖ୍ୟା ରେ ଭକ୍ତ ଇଟା ପ୍ରଦାନ କରିଥିଲେ !ପୂଜକ ନିହାର ମିଶ୍ର,ସତ୍ୟାନନ୍ଦ ପୁରୋହିତ,ବାଳକୃଷ୍ଣ ଦେହୁରୀ,ବିକାଶ ମିଶ୍ର ପୂଜା କାର୍ଯ୍ୟ ରେ ସହଯୋଗ କରିଥିଲେ! ମନ୍ଦିର କମିଟି ସମ୍ପାଦକ ସୁସେଣ ପ୍ରଧାନ, କୋଷାଧକ୍ଷ ସରୋଜ ପ୍ରଧାନ, ଉପ ସଭାପତି ରସାନନ୍ଦ ସାହୁ,ସହ ସମ୍ପାଦକ ରାମଚନ୍ଦ୍ର ସାହୁ ଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ !ମନ୍ଦିର କାର୍ଯ୍ୟ ରେ ଇଟା ଦାନ ପାଇଁ ଭକ୍ତମାନଙ୍କୁ କମିଟି ତରଫରୁ ଅନୁରୋଧ କରାଯାଇଛି ଆସନ୍ତା ୪ ମାସ ମଧ୍ୟରେ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ ହେବ ବୋଲି ସଭାପତି ସୁରେନ ପ୍ରଧାନ ସୂଚନା ଦେଇଛନ୍ତି।
ଭୈରବୀ ମନ୍ଦିର ର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ
ଆଜତକ ଓଡ଼ିଶା
0
Post a Comment