ଶାଗୁଆନ କାଠ ବୋଝେଇ ଦୁଇଟି ପିକଅପ ଜବତ ; ଡ୍ରାଇଭର ଫେରାର


ବାଲେଶ୍ଵର ଜିଲ୍ଲା ୬୦ ନଂ ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ନିକସ୍ଥ କଟିପୋଲ ଠାରେ ଶନିବାର ରାତିରେ ବନବିଭାଗ ପକ୍ଷରୁ ଚଢ଼ାଓ କରାଯାଇଛି। ଦୁଇଟି ପିକଅପ ଭ୍ୟାନ ନମ୍ୱର ଓଡ଼ି ୦୧ ଏ ଏଚ ୦୯୨୪ ଓ ଓଡ଼ି ୦୧ଏଜେ ୨୩୨୬ ରେ ମୂଲ୍ୟବାନ ଶାଗୁଆନ ଗଣ୍ଡି ବୋଝେଇ ହୋଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ଫରେଷ୍ଟ ରେଞ୍ଜ ଅଫିସର ଗଣେଶ ପ୍ରସାଦ, ଫରେଷ୍ଟର ଇତିଶ୍ରୀ ମହାପାତ୍ର, ଫୋରେଷ୍ଟ ଗାର୍ଡ ଶଶାଙ୍କ ଶେଖର ଜେନା ପ୍ରମୁଖ ଏକ ସ୍ୱତନ୍ତ୍ର ଟିମ ସହ ଚଢ଼ାଉ କରି ଦୁଇଟି ଯାକ କାଠ ବୋଝେଇ ଭ୍ୟାନ କୁ ଜବତ କରିଥିଲେ। ଡ୍ରାଇଭର ଦ୍ବୟ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଜବତ ଶାଗୁଆନ ଗଣ୍ଡି ର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ୨ ଟି ପୃଥକ ମାମଲା ରୁଜୁ ହୋଇଛି। ରୂପସା ଥାନା ଅଞ୍ଚଳର ଦୁଇ ଜଣ କାଠ ବ୍ୟବସାୟୀ ଜଣେ ପ୍ରାକ୍ତନ ସରପଞ୍ଚଙ୍କ ଘର ବାଡିରୁ ଶାଗୁଆନ ଗଛ କିଣି ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଜଣାଯାଇଛି। ନିୟମିତ ରାତିରେ ନୂଆଗାଁ, ରାଉତପଡା ଓ କଟିପୋଲ ରାସ୍ତା ଦେଇ ବିଭିନ୍ନ ଅଞ୍ଚଳକୁ କାଠ ମାଫିଆ ମାନେ ମୂଲ୍ୟବାନ କାଠ ଚୋରା ଚାଲାଣ ହୋଇ ଆସୁଥିବା ବେଳେ ଗତ ରାତିରେ ବନବିଭାଗକୁ ବଡ ସଫଳତା ମିଳିଛି। ଏଭଳିକି ଦୀର୍ଘ ଦିନ ଧରି ରୂପସା ଥାନା ଲଛମନଖୁଣ୍ଟା ଠାରେ ଥିବା ଏକ ବେଆଇନ କରତକଳ ଅବାଧରେ ଚାଲୁଥିବାରୁ ସ୍ଥାନୀୟ ଜଙ୍ଗଲ ନଷ୍ଟ ହେବାକୁ ବସିଥିବା ଡ଼ିଏଫଓ ଙ୍କ ଠାରେ ଅଭିଯୋଗ ହୋଇଛି।ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

Post a Comment

Previous Post Next Post