ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁଶ୍ରମିକ ଉଦ୍ଧାର


ସୁବର୍ଣ୍ଣପୁର(ଗଣପତି ବାଘ)ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ କାମ କରୁଥିବା ଅଭିଯୋଗ ପାଇବାପରେ ଶ୍ରମ ବିଭାଗ ପକ୍ଷରୁ ଚଢଉ କରାଯଇଛି ।ଜିଲ୍ଲାର ଶ୍ରମ ବିଭାଗ ପକ୍ଷରୁ ପୁଲିସ ଓ ଚାଇଲ୍ଡଲାଇନ ସହାୟତାରେ ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡାବାହଲ ନିକଟରେ ଚଢଉ କରି ଜଣେ ଶିଶୁ ଶ୍ରମିକକୁ ଉଦ୍ଧାର କରିଛି । ଉଦ୍ଧାର ଶିଶୁ ଶ୍ରମିକ ଜଣକ ୱେଷ୍ଟବେଙ୍ଗଲ ଅଞ୍ଚଳର ବୋଲି ଜଣାପଡ଼ିଛି। ଶିଶୁ ଶ୍ରମିକଙ୍କୁ କାମରେ ନଲଗାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ମାତ୍ର କେତେକ ଲାଭଖୋର ବ୍ୟକ୍ତି ସେମାନଙ୍କୁ କାମରେ ନିୟୋଜିତ କରି ସରକାରୀ ନିୟମ ଉଲଂଘନ କରୁଛନ୍ତି। ତେଣୁ ଏହାକୁ ରୋକିବାକୁ ଆଜି ଶ୍ରମ ବିଭାଗ, ଚାଇଲ୍ଡଲାଇନ ଏବଂ ପୁଲିସ ପକ୍ଷରୁ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଗଣ୍ଡାବାହାଲ ନିକଟରେ ଚାଲିଥିବା ଏକ ନିର୍ମାଣ କାର୍ଯ୍ୟରେ ଉକ୍ତ ଶିଶୁ ଶ୍ରମିକ ଜଣକ ନିୟୋଜିତ ହୋଇଥିବାରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ଵର ଖାଖା, ଆଶୁତୋଷ ମିଶ୍ର, ଚାଇଲ୍ଡଲାଇନ୍‌ର ଉଦ୍ଧବ ବାଘ, ପୁଲିସ ଏଏସ୍‌ଆଇ ରବୀନ୍ଦ୍ର ମହାନ୍ତି ପ୍ରମୁଖ ଉକ୍ତ ଚଢଉରେ ସାମିଲ ଥିଲେ।

Post a Comment

Previous Post Next Post