ଜିଲ୍ଲା ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ କାର୍ଯ୍ୟାଳୟ ଘେରିଲେ ଜିଲ୍ଲା କୃଷକ ସଙ୍ଗଠନ


ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ସ୍ଥାନୀୟ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଆଠ ଦଫା ସମ୍ବିଳିତ ଦାବି ପତ୍ର ପ୍ରଦାନ କରାଯାଇଛି ।ଚଳିତ ରବି ଋତୁ ଧାନକ୍ରୟ ଅବ୍ୟବସ୍ଥା ଉପରେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।ଚଳିତ ରବୁ ଋତୁ ଧାନ କିଣା ପ୍ରକ୍ରିୟାରେ ଜିଲ୍ଲାର କୃଷକ ସଂଗଠନକୁ ଅଣଦେଖା କରିବା ସହିତ ବିଭିନ୍ନ ଆଳ ଦେଖାଇ ଧାନ କ୍ବିଣ୍ଟାଲ ପ୍ରତି ୪କେଜି କଟନୀ ଛଟନୀ କରୁଥିବା ଅଭିଯୋଗ କରିଛନ୍ତି ।ଏପରିକି ରବି ଋତୁ ଧାନ କିଣା ପ୍ରକ୍ରିୟା ୨୪ ଦିନ ପାଇଁ ଥିବା ବେଳେ ଏହାକୁ ବୃଦ୍ଧି କରିବା , ପଂଜୀକୃତ କରିଥିବା ଚାଷୀଙ୍କ ଟୋକେନ ନ ଆସିଥିଲେ ତାକୁ ଲେପ୍ସ ନ କରିବା , ମଣ୍ଡିଗୁଡିକର ଭିତ୍ତିଭୂମୀର ବିକାଶ କରିବା ତଥା ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିପୂରଣ ଦେବା ପାଇଁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏହି ସବୁ ସମସ୍ୟା ଉପରେ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଚାଷୀମାନଙ୍କ ଧାନ କୁ ଠିକ୍ ଭାବରେ କିଣିବାକୁ ଦାବି କରିଥିବା ବେଳେ ଏହି ସୁବ ଦାବି ଉପରେ ଧ୍ୟାନ ନ ଦେଲେ ଆଗାମୀ ଦିନରେ କୃଷକ ସଂଙ୍ଗଠନ ପକ୍ଷରୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

Post a Comment

Previous Post Next Post