ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅନ୍ତର୍ଗତ ଗୋଛାପଡ଼ା ଗ୍ରାମ ପଞ୍ଚାୟତ ର ତ୍ରିବେଣୀ ପୁର ରେ ଦେଖିବାକୁ ମିଳିଛି ଅମଣିଷର ପରିଚୟ।ମିଳିଥିବା ସୂଚନା ଅନୁଯାୟୀ ତ୍ରିବେଣୀ ପୁର ଗ୍ରାମର ବାସିନ୍ଦା ଗିରିଶ ଛନ୍ଦ ଙ୍କ ବଳଦକୁ କେହି ଅମଣିଷ ଦୁର୍ବୃତ୍ତ ପେଟରେ ବର୍ଚ୍ଛି ମାରି ବଳଦର ଜୀବନ ନେବାକୁ ବି ପଛେଇ ନାହିଁ।ଆଜି ସକାଳୁ ବଳଦଟି ବାହାରକୁ ଚରିବା ପାଇଁ ଯାଇଥିବା ବେଳେ କେହି ଅମଣିଷ ବଳଦ ପେଟରେ ଲୁହାର ବର୍ଛିl ମାରିଥିଲା ଫଳରେ ବର୍ଚ୍ଚା ବଳଦପେଟର ଏପଟରୁ ସେପଟକୁ ଗଲି ବଳଦ ଟି ଜୀବନ ସହ ସଂଗ୍ରାମ କରୁଥିବା ବେଳେ ସ୍ଥାନୀୟ ପଶୁ ଡାକ୍ତର ଙ୍କୁ ଖବର ଦିଆଯାଇଥିଲା ।ଡାକ୍ତର ପ୍ରିୟବ୍ରତ ବେହେରା ଭି ଏ ଏସ ବାଉଁଶୁଣୀ ପହଞ୍ଚି ବଳଦ ପେଟରୁ ବର୍ଚ୍ଛି ଟି କାଢି ଅପରେସନ କରିଥିଲେ ବଳଦ ଟି ଏବେ ସୁସ୍ଥ ଥିବା ଜଣାପଡିଛି। ଗିରିଶ ଜଣେ ଗରିବ ଚାଷୀ ହୋଇଥିବା ରୁ ସେ ଏହି ଘଟଣାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।ଏପରି ଘଟଣା ଦେଖି ଲୋକେ ଆଚମ୍ବିତ ହେବା ସହ ଗାଈ ବଳଦ କୁ ଏପରି କରିବା ଜଣେ ଅମଣିଷର ପରିଚୟ ବୋଲି ପ୍ରକାଶ କରୁଛନ୍ତି।
ଅମଣିଷର ବର୍ବରତା ,ଗୋ ମାତା ଉପରେ ଅତ୍ୟାଚାର
ଆଜତକ ଓଡ଼ିଶା
0
Post a Comment