ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଶିଳ୍ପର ଶିଳାନ୍ୟାସ । ଶିଳାନ୍ୟାସ କଲେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ତରଭା ବ୍ଲକ ବଡ଼ଭଇଁରୋ ପଂଚାୟତ ପାଣିମୋରା ଜଙ୍ଗଲ ରେ ଭୂମିପୂଜନ ହେଲା ଓଡ଼ିଶାର ପ୍ରଥମ ଇଥାନଲ ବାୟୋ ଫୁଏଲ କାରଖାନା । ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଜାହାରୀ, ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ୫୦ ଏକର ଜମିରେ ତିଆରି ହେବାକୁ ଥିବା ଏହି କାରଖାନା ରେ ଜିଲ୍ଲାର କୃଷକ ମାନଙ୍କ ଶସ୍ୟଜାତ ବର୍ଜ୍ୟଵସ୍ତୁରୁ ଇଥନାଲ ପ୍ରସ୍ତୁତ କରାଯିବ । ଏହି କାରଖାନା ହେବା ପରେ ଜିଲ୍ଲାର ପାଖାପାଖି ୩୦୦ଜଣ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ପାଇବା ସହିତ ଜିଲ୍ଲାର ଆର୍ଥିକ ମାନଦଣ୍ଡ ସୁଧୁରିବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲାରେ ଓଡିଶାର ପ୍ରଥମ ଶଶ୍ୟଭିତ୍ତିକ ଇଥନାଲ ବାୟୋ ଫୁଏଲ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ
ଆଜତକ ଓଡ଼ିଶା
0
Post a Comment