ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ବସ୍ତା ବ୍ଲକ ଅନ୍ତର୍ଗତ ଦୁଧହଁସା ପଞ୍ଚାୟତ କଂଗ୍ରେସ ର ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ପଂଚାୟତ କଂଗ୍ରେସ ସଭାପତି ଚୈତନ୍ୟ ଗୋଛୟତ ଙ୍କ ସଭାପତିତ୍ବ ରେ ଆୟୋଜିତ ବୈଠକ ରେ ବାଲେଶ୍ଵର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଯୋଗଦାନ କରି ସମସ୍ତ କଂଗ୍ରେସ କର୍ମୀ ମାନଙ୍କୁ ତାଙ୍କର ଆଗାମୀ ରଣନିତି ବିଷୟରେ ଆଲୋଚନା କରିବା ସହିତ ପ୍ରତି ଓ୍ବାର୍ଡ ରୁ ଆସିଥିବା କର୍ମୀ ମାନଙ୍କ ଠାରୁ ମଧ୍ୟ ମତାମତ ସଂଗ୍ରହ କରିଥିଲେ ଏବଂ କର୍ମୀ ଓ ନେତା ଙ୍କ ଭିତରେ ସମ୍ପର୍କ ଘନିଷ୍ଠ ରହିବା ଆବଶ୍ୟକ ଅଛି ବୋଲି କହିଥିଲେ ଏବଂ ଯେତେ ଦିନ ପର୍ଯ୍ୟନ୍ତ କର୍ମୀ ଓ ନେତା ଙ୍କ ଭିତରେ ବିଭେଦ ରହିଛି ସେତେପର୍ଯ୍ୟନ୍ତ ସଂଗଠନ ମଜବୁତ ହୋଇପାରିବ ନାହିଁ ବ୍ଲକ କଂଗ୍ରେସ ର ବରିଷ୍ଠ ନେତା ପ୍ରଭାକର ଗୋଛୟତ ଦୁଧହସା ପଞ୍ଚାୟତ ପାଇଁ ବିଭିନ୍ନ ସମୟରେ ଲୋକ ଙ୍କ ଅସୁବିଧା ରେ ଶ୍ରୀ ପଟ୍ଟନାୟକ ସହାୟତା କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ବସ୍ତା ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ବିଜନ ନାୟକ ବ୍ଲକ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତା ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନା ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସୃଷ୍ଟି ଧର ମହାଳିକ ରତ୍ନାକର ଗିରି ସିତାରାମ ଯେନା ପଞ୍ଚାୟତ ଯୁବ କଂଗ୍ରେସ ସଭାପତି ଜନ୍ମଜେୟ ରାଉଳ ମହିଳା କଂଗ୍ରେସ ସଭାପତି ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ନେତୃତ୍ୱ ଉପସ୍ଥିତ ଥିଲେ।
ଦୁଧହଁସା ପଞ୍ଚାୟତ କଂଗ୍ରେସ ର ସମ୍ପର୍କ ଯାତ୍ରା ରେ ଯୋଗଦାନ କଲେ ନବଜ୍ୟୋତି
ଆଜତକ ଓଡ଼ିଶା
0
Post a Comment