ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଆର୍ନ୍ତଜାତୀୟ ସଂଗ୍ରହାଳୟ ସପ୍ତାହ ମଇ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ପାଳନ କରାଯାଉଅଛି । ଏହି ପରିପ୍ରେକ୍ଷିରେ ବୌଦ୍ଧର ଐତିହାସିକ ଜିଲା ସଂଗ୍ରହାଳୟ ପରିଦର୍ଶନ କରିବା ସହିତ ବୌଦ୍ଧର କିର୍ତିରାଜୀ,ଇତିହାସ ଓ ସଂସ୍କୃତି ସଂପର୍କରେ ଜ୍ଞାନ ଆହରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ତତସହିତ ଏହି ସପ୍ତାହର ଶେଷଦିନ(ମଇ ୨୦ ତାରିଖ) ଜିଲ୍ଲା ସଂଗ୍ରହାଳୟକୁ ଛାତ୍ରଛାତ୍ରୀମାନେ ମାଗଣାରେ ବୁଲିବା ପାଇଁ ଦିନସାରା ଖୋଲା ରଖାଯିବ । ଏହି ବିଶେଷ ଦିବସରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ସଂଗ୍ରହାଳୟ ବୁଲିବାର ସୁଯୋଗ ପ୍ରଦାନ କରିବାକୁ ଜିଲାର ସମସ୍ତ ଗୋଷ୍ଠୀଶିକ୍ଷା ଅଧିକାରୀଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ଦିବସରେ ଜିଲ୍ଲା ସଂଗ୍ରହାଳୟଠାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ନିଜାରତ ଅଧିକାରୀ ବିରଂଚି ଧରୁଆ,ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ,ସାହିତ୍ୟ ଏକାଡେମୀ ସଦସ୍ୟ ନିଳଲୋହିତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନେ ସଂଗ୍ରହାଳୟ ବୁଲିବା କାର୍ଯ୍ୟରେ ସହଯୋଗ କରିବା ସହିତ ସେମାନଙ୍କୁ ସଂରକ୍ଷିତ ସାମଗ୍ରୀ ଓ ବୌଦ୍ଧର ଇତିହାସ ସଂସ୍କୃତି ସଂପର୍କରେ ଧାରଣା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଣୁ ଏହି ସପ୍ତାହରେ ବହୁ ସଂଖ୍ୟାରେ ବୁଦ୍ଧଜିବୀ,ଇତିହାସ ଓ ସଂସ୍କୃତିପ୍ରେମୀ,ଅଭିଭାବକ,ବରିଷ୍ଠନାଗରିକମାନେ ସଂଗ୍ରହାଳୟ ବୁଲିବାର ସୁଯୋଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।
ଆର୍ନ୍ତଜାତୀୟ ସଂଗ୍ରହାଳୟ ସପ୍ତାହରେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ପରିଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ
ଆଜତକ ଓଡ଼ିଶା
0
Post a Comment