କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ଶହର ଅଗ୍ରଣୀ ଜନସେବୀ ସଂଗଠନ ରାଇଟ ଟୁ ଫାଇଟ କଣ୍ଟାବାଞ୍ଜି ତରଫରୁ ସ୍ଥାନୀୟ ରେଳ ଷ୍ଟେସନ ପ୍ରବନ୍ଦକ ଙ୍କ ଜରିଆ ରେ ପୂର୍ବତଟ ରେଲୱେ ମହାପ୍ରବନ୍ଦକ ଉଦେଶ୍ୟ ର ଗୋଟିଏ ଦାବିପତ୍ର ଆଜି ଦିଆଯାଇଛି, ସଭାପତି ପ୍ରବଜିତ ସିଂହ ସାଲୁଜା ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳ ଏହି ଦାବି ପତ୍ର ଷ୍ଟେସନ ପ୍ରବନ୍ଦକ, ଙ୍କୁ ଦିଆଯାଇଛି, ଉକ୍ତ ଦାବିପତ୍ର ରେ କଣ୍ଟାବାଞ୍ଜି ଷ୍ଟେସନ ର ପ୍ଲେଟଫାର୍ମ ନମ୍ବର ୧ଏବଂ୨ ର ଶେଡ଼ ସମ୍ପ୍ରସାରଣ, କଣ୍ଟାବାଞ୍ଜି ଏନଏସି ଛକ ନିକଟରେ ନୂତନ ଆର ୟୁ ବି ର ନିର୍ମାଣ, କଣ୍ଟାବାଞ୍ଜି ରେ ରେଲୱେ ଖାଲି ପଢିଥିବା ଜମି ରେ ପ୍ରସାବିତ ବିଭିନ୍ନ ପ୍ରକଳ୍ପ ର ଶୀଘ୍ର କାର୍ୟ୍ଯ ଆରମ୍ଭ, କୋରୋନା ସମୟ ରେ ବନ୍ଦ ପଢିଥିବା ସମସ୍ତ ପେସେଂଜର ଏବଂ ଏକ୍ସପ୍ରେସ ଟ୍ରେନ କୁ ପୁଣି ଆରମ୍ଭ କରିବା, ଜିଆରପି ଆଉଟ ପୋଷ୍ଟ ର ନୂତନ ଗୃହ ନିର୍ମାଣ, କଣ୍ଟାବାଞ୍ଜି ରୁ ହାୱଡା ସପ୍ତାହ କୁ ୪ ଦିନ ଚାଲୁଥିବା ଇସ୍ପାତ ଏକ୍ସପ୍ରେସ କୁ ପ୍ରତିଦିନ ଚଳାଇବା ,ପ୍ଲେଟଫାର୍ମ ନମ୍ବର ୨ ରେ ନୂତନ ଟିକଟ କାଉଣ୍ଟର ଖୋଲିବା, କଣ୍ଟାବାଞ୍ଜି ରେ ନିର୍ମାଣ ହେଉଥିବା ମାଲବାହୀ ଶେଡ଼ ର କାର୍ୟ୍ଯ ଅତିଶୀଘ୍ର ସମ୍ପାଦନା କରିବା ପ୍ରମୁଖ ଦାବି ରହିଛି, ୧ ମାସ ସମୟ ସୀମା ର ଉକ୍ତ ଦାବି ଉପରେ କତ୍ତୃପକ୍ଷ କୋଣସି ପଦକ୍ଷେପ ନ ନିଅନ୍ତି ତାହାଲେ ଆଗାମୀ ଜୁନ ୨୦ ଦିନ ସଂଗଠନ ତରଫରୁ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେ ରେଳରୋକ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦିଆଯାଇଛି, ଉକ୍ତ ଦାବିପତ୍ର ର ନକଲ ରେଳମନ୍ତ୍ରୀ, ସାଂସଦ ବଲାଙ୍ଗୀର, ମଣ୍ଡଳ ରେଳ ପ୍ରବନ୍ଦକ ସମ୍ବଲପୁର, ଜିଲ୍ଲାପାଳ ବଲାଙ୍ଗୀର, ଜିଲ୍ଲା ପୁଲିସ ଅଧୀକ୍ଷକ ବଲାଙ୍ଗୀର, ଆରପି ଏଫ କଣ୍ଟାବାଞ୍ଜି, ଜିଆରପି କଣ୍ଟାବାଞ୍ଜି, ସହ ବିଭିନ୍ନ ସଂଗଠନ କୁ ସହଯୋଗ ପାଇଁ ଦିଆଯାଇଛି।
ରାଇଟ ଟୁ ଫାଇଟ କଣ୍ଟାବାଞ୍ଜି ତରଫରୁ ପୂର୍ବତଟ ରେଲୱେ ମହାପ୍ରବନ୍ଦକ ଙ୍କୁ ଦାବିପତ୍ର ପ୍ରଦାନ :ରେଳରୋକ ଆନ୍ଦୋଳନ ଧମକ
ଆଜତକ ଓଡ଼ିଶା
0
Post a Comment