ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ପ୍ରତେକ ମାସ ୧୯ ତାରିଖରେ ଅଙ୍ଗନୱାଡ଼ି ଦିଦି ମାନେ ତାଙ୍କ ଅଞ୍ଚଳର ଗର୍ଭବତୀ ଓ ପ୍ରସୂତି ମହିଳା ଓ କିଶୋରୀ ବାଳିକାମାନଙ୍କୁ ମାନଙ୍କୁ ନେଇ ଅଙ୍କୁର ଦିବସ ପାଳନ କରାଯାଏ ।ଏହି ପରିପ୍ରେକ୍ଷୀରେ ଆଜି ସଦର ବ୍ଲକ ଅନ୍ତର୍ଗତ କଷିପଦାପଞ୍ଚାୟତର ୬ ଟି ଅଙ୍ଗନୱାଡ଼ି ସେଣ୍ଟରର ଦିଦି ଆଗରଗୋହିରା ମାଳତୀ ବେହେରା। ଆଗରଗୋହିରାର ସୁମତୀ ପ୍ରଧାନ, ଆଗରଗୋହିରାର ସୁଜାତା ଜେନା,ଆଗମୈଦାର ମିନତି ପ୍ରଧାନ, ହାତିଆଡିହାର କମଳା ମଣି ନାୟକ, ବରହମପୁରର ଲବଙ୍ଗଲତା ଲେଙ୍କା ଉପସ୍ଥିତ ରହି ଅଙ୍କୁର ଦିବସ ପାଳନ କରିଥିଲେ । ଉକ୍ତ ଦିବସରେ ଜଣେ ଗର୍ଭବତୀ ମା , ପ୍ରସୂତି ମା ଓ କିଶୋରି ବାଳକ ଓ ବଳିକା କଣ କଣ ଖାଦ୍ୟରେ କଣ ଭିଟାମିନ ଅଛି ତାଙ୍କୁ କଣ ଖାଦ୍ୟ ଦରକାର ତାହା ଆଲୋଚନା କରାଯାଇଥିଲା।ଉକ୍ତ କର୍ଯ୍ୟକମରେ ଯାଞ୍ଜ କମିଟି ଓ ମାତୃ କମିଟିର ମେମ୍ବର ମାନେ ଉପସ୍ଥିତ ଥିଲେ ।
ଅଙ୍କୁର ଦିବସ ପାଳନ କଲେ ଅଙ୍ଗନୱାଡ଼ି କର୍ମୀ
ଆଜତକ ଓଡ଼ିଶା
0
Post a Comment