ବୌଦ୍ଧ କୋର୍ଟ ରୁ କେସ ଫାଇଲ ଚୋରି ଅଭିଯୁକ୍ତ ଙ୍କୁ ୬୦୦୦ଟଙ୍କା ଜୋରିମାନା ସହିତ ୭ବର୍ଷ ଜେଲ ଦଣ୍ଡାଦେଶ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା କୋର୍ଟ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା!କୋର୍ଟ କର୍ମଚାରୀ ଙ୍କ ସାହିତ ମିଶି କୋର୍ଟ ଭିତରୁ କେସ ଫାଇଲ ଚୋରି ଘଟଣା ଆଜି ଜିଲ୍ଲା ସାରା ଚହଳ ପଡିଛି!ସୂଚନା ଅନୁଯାଇ ଏକ ସ୍ପେଶାଲ କେସ ଫାଇଲ କେସ ନଂ ୪/୨୦୧୮(POSCO )ବିଚାର ଧୀନ ଥିବା ଫାଇଲ ମିଳିନଥିଲା!ଫଳରେ ବୌଦ୍ଧ ଥାନାରେ ଏହାକୁ ନେଇ ଏକ କେସ ଦାଏର କରାଯାଇଥିଲା!ଏସ ଡ଼ି ପି ଓ ଆନନ୍ଦ ବର୍ଦ୍ଧନ ଗୁରୁ ଙ୍କ ତତ୍ଵାବଧାନରେ ତଦନ୍ତ ଚାଲିଥିବା ବେଳେ ତ୍ରିଜିତ ସିଂ ଓ କୋର୍ଟ ପିଅନ ରାଜେନ୍ଦ୍ର ପ୍ରଧାନ ଏହି ଫାଇଲ ଚୋରି ରେ ସାମିଲ ଥିବା ଜାଣି ଉଭୟ ଅଭିଯୁକ୍ତ ଙ୍କୁ ୧୭/୦୫/୨୦୨୨ୟୁ/ଏସ୩୮୧/୨୦୧/୧୨୦(ବିି) ଆଇପିସି ଧାରରେ କୋର୍ଟ ଚାଲାଣ କରାଯାଇଛି। ୧୨୦ଦୀନ ଭିତରେ ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ରେ ବିଚାର କରି ଉଭୟ ଅଭିଯୁକ୍ତ ଙ୍କୁ ୭ବର୍ଷ ଜେଲ ଦଣ୍ଡଦେଶ ସହିତ ୬୦୦୦ଲେଖାଁ ଏଁ ଜୋରିମାନା ର ନିର୍ଦ୍ଧେଶ ଦେଇଛନ୍ତି।

Post a Comment

Previous Post Next Post