ବାଲେଶ୍ବର,(ପ୍ରଭାକର ମଲ୍ଲିକ) କଂଗ୍ରେସ ଭାଇଚାରକୁ ବିଶ୍ୱାସ କରେ। ସାମ୍ପ୍ରଦାଇକତା କୁ ନୁହେଁ। କଂଗ୍ରେସ ସବୁଦିନ ବସ୍ତି ବାସୀଙ୍କ ଦୁଃଖ ସୁଖ ରେ ରହିଛି ଆଗକୁ ମଧ୍ୟ ରହିବ ବୋଲି ଶୁକ୍ରବାର ସନ୍ଧ୍ୟା ରେ ଜଳସା ଉପଲକ୍ଷେ ବାଲିଆପାଳ ମୁସଲିମ ବସ୍ତି ରେ ଥିବା ପିର ବଡ଼ି ରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଯୋଗ ଦେଇ ଅତିଥି ମନେ ମତବ୍ୟକ୍ତ କରିଥିଲେ। ବାଲିଆପାଳ ପଞ୍ଚାୟତର କଂଗ୍ରେସ ଦଳର ପଞ୍ଚାୟତ ସଭାପତି ଅରୁଣ ପାତ୍ର ଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ସଭାରେ ବାଲିଆପାଳ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ରଞ୍ଜିତା ନାୟକ, ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ମଧୂପୁରା ପଞ୍ଚାୟତ ର ପୁର୍ବତନ ସରପଞ୍ଚ ତଥା କଂଗ୍ରେସ ଦଳର ପୁରୁଖା ନେତା ମୁରଲୀ ମୋହନ ସାହୁ, ବାଲିଆପାଳ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ବିଜନ ନାୟକ, ଛାମୁଆ ଯୁବନେତ। ରବିନାରାୟଣ ମହାନ୍ତି ଙ୍କ ସହିତ କେନ୍ଦ୍ରୀୟ ନେତୃ ମଣ୍ଡଳୀ ନବଜ୍ୟୋତି ପଟନାୟକ ଙ୍କ ପ୍ରତିନିଧି ଶିବାନୀ ଶଙ୍କର ରାୟ, ସତ୍ୟଜିତ ପାତ୍ର ଏବଂ ବାଲିଆପାଳ ଅଞ୍ଚଳ ର ବହୁ ବରିଷ୍ଠ କଂଗ୍ରେସ କର୍ମୀ ଅତିଥି ଭାବରେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥଲେ। ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ
କାଳବୈଶାଖୀ ତାଣ୍ଡବ ଲୀଳା ରଚି ଥିଲେ ମଧ୍ୟ ଆୟୋଜକ କମିଟି ନିରିତ୍ସାହିତ ନ ହୋଇ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ। ପରିଶେଷରେ ସୁଶାନ୍ତ ରଣା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଜଲସା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। କାଳବୈଶାଖୀର ତାଣ୍ଡବ ଲୀଳାକୁ ଖାତିର ନକରି ବହୁ ଦର୍ଶକଙ୍କ ସମାବେଶରେ ଜଲସା କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଜଲସ। କମିଟି ର ସଭାପତି ଅବଦୁଲ ରେହେମାନ, ଉପସଭାପତି ଏସ କେ ଅନିରୋଦିନ, ଏସ କେ ରେହମାନ,ଏସ କେ ସୋକୋ, କବିର ଖାନ, ମହମଦ ଅଜିଜ, ମଜିଦ ଖାନ,ଅବଦୁଲ ଜିଲାନି,ଏସ କେ ନସିରୋଦ୍ଦୀ,ଆରଫାନ ଖାଁ, ଏସ କେ କାଫିଲ ଙ୍କ ସହିତ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟ ପରିଚାଳନା କରିଥିଲେ। ଜଗନ୍ନାଥ ବାରିକ, ପିଣ୍ଟୁ ସୀ, ଦିବାକର ଧଳ, ବାବୁ ମହାଳିକ ପ୍ରମୁଖ ସମସ୍ତ ପ୍ରକାର ସହଯୋଗ କରିଥିଲେ।
Post a Comment