ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) :ଆଜି ପବିତ୍ର ଚୈତ୍ରମାସ ର ବିଷୁବ ସଂକ୍ରାନ୍ତି!ଏହାକୁ ଗଣ ଭାଷାରେ ମେରୁ ସଂକ୍ରାନ୍ତିବା ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ!ଏହି ଚୈତ୍ର ମାସ ଏକ ପବିତ୍ର ଶୈବ ଓ ଶlକ୍ତ ଏବଂ ଧାର୍ମିକ ମାସ!ଗଣପର୍ବ ଦଣ୍ଡ ଯାତ୍ରା ଏହି ମାସରେ ଗାଁ ଠୁ ସହର ସବୁଠି ପାଳିତ ହୋଇଥାଏ!ସେହିଭଳି ଆଜି ବୌଦ୍ଧ ଜିଲ୍ଲା ସମେତ ହରଭଙ୍ଗା ବ୍ଲକ ରେ ଏହି ମେରୁଯାତ୍ର ବହୁ ଆଡମ୍ବର ରେ ପାଳିତ ହେଉଛି!କରୋନା ମହାମାରୀ ସକାଶେ ବିଗତ ଦୁଇବର୍ଷ ଏହି ଦଣ୍ଡ ଯାତ୍ରା ବନ୍ଦ ଥିଲା!କିନ୍ତୁ ଚଳିତ ବର୍ଷ କଟକଣା ଟିକିଏ କମିଯିବାରୁ ଏହି ପର୍ବ ରେ ଶହଶହ ଭକ୍ତ, ଉପସିଆ, ମାନେ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା!ଏହି ଦଣ୍ଡଯାତ୍ରା ଶୈବ ଶାକ୍ତ ଉପାସନା ସହିତ ମନରଞ୍ଜନ ର ଏହା ମାଧ୍ୟମ ଅଟେ!ହରଭଙ୍ଗା ବ୍ଲକ ହରଭଙ୍ଗା ରେ ଆଜି ମା ରୁଦ୍ରକାଳୀ ଦୀନ ୧୨ଘଣ୍ଟା ସମୟରେ ଗାଁ କୁ ପ୍ରବେଶ କରିଥିଲେ!ଏହି ଅବସରରେ ସହ ସହ ଭକ୍ତ, ମାନସିକ ଧାରୀ ମହା ଆଡମ୍ବର ରେ ମା ଙ୍କୁ ବରଣ କରିଥିଲେ!ହରଭଙ୍ଗା ର ସାଇ ଅନୁଷ୍ଠାନ, ୟୁଥ କ୍ଳବ, ଓଡିଶା ଡ୍ରାଇଭର ମହାସଂଘ ର ସଦସ୍ୟ ମାନେ ଏହି ମେରୁ ଯାତ୍ରା ରେ ଶ୍ରାଦ୍ଧଳୁ ଭକ୍ତ, ଜନସାଧାରଣ ଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ, ଜଳ ଖିଆ, ସର୍ବତ, ପାଣ ବଣ୍ଟନ କରିଥିଲେ!ସେହିଭଳି ବ୍ଲକ ର ଧଳପୁର, ଲୋକାପଡା, ଶରଧା ପୁର, ତିଲେଶ୍ୱର, କରଡ଼ି, ଘୋରଡ଼ା, ସରସରା, ବିରାମଚନ୍ଦ୍ର ପୁର, ରାଣୀଗଞ୍ଜ, ମଥୁରା ଇତ୍ୟାଦି ଗ୍ରାମ ଗୁଡିକରେ ମଧ୍ୟ ଏହି ମେରୁ ସଂକ୍ରାନ୍ତି ପାଳିତ ହୋଇଛି!ଏହି ମେରୁ ଯାତ୍ରାର ଆଉ ଏକ ବିଶେଷ ଆକର୍ଷଣ ଝାମୁ ଯାତ୍ରା!ମେରୁଯାତ୍ର ଅବସରରେ ତିଲେଶ୍ୱର ଠାରେ ତେର ଭୋକ୍ତା, ମାନସିକ ଧାରୀ ମାନେ ଝାମୁ (ତତଲା ନିଆଁ )ରେ ଉପରେ ଭକ୍ତିର ସହିତ ଚାଲି ମେରୁଯାତ୍ର ପାଳନ କରିଛନ୍ତି।
ମେରୁଯାତ୍ରା ଉଦଯାପିତ. ବହୁ ସଂଖ୍ୟlରେ ଭକ୍ତମାନଙ୍କ ସମାଗମ
ଆଜତକ ଓଡ଼ିଶା
0
Post a Comment