ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ଗାଡ଼ି ଚୋରକୁ ଧରି ଲୋକେ ବାନ୍ଧିଲେ ଓ ନୀର୍ଦ୍ଧୁମ ଛେଚିଲେ। ତେବେ ରୋଚକ କଥା ହେଉଛି ଗାଡ଼ି ଚୋରୀ କରି ଫେରାର ହେଉଥିବା ସମୟରେ ରାସ୍ତାରେ ହଠାତ ଗାଡ଼ି ଷ୍ଟାଟ ବନ୍ଦ ହେବାରୁ ସ୍ଥାନୀୟ ଲୋକଙ୍କ ଠାରୁ ମେକାନିକ ର ନଂବର ନେଇ ସଜାଡିବାକୁ ଫୋନ କରିଥିଲେ ଚୋର, ଆଉ ମେକାନିକ ଯେତେବେଳେ ଆସି ଗାଡ଼ିକୁ ଦେଖିଲେ ସେ ହତବାକ ହୋଇଗଲେ କାରଣ ସେ ସଜାଡ଼ିବାକୁ ଆସିଥିବା ବୁଲେଟ ଗାଡିଟି ତାଙ୍କ ନିଜର ଗାଡ଼ି ଥିଲା, ଯାହା ଅଳ୍ପ ସମୟ ଆଗରୁ ଏମାନେ ଚୋରୀ କରିଥିଲେ । ଏପରି ଘଟଣାଟି ଘଟିଛି ବାଲେଶ୍ଵର ଜିଲ୍ଳା ସିଂ ଲା ଥାନା ଅନ୍ତର୍ଗତ ଧୁଣ୍ଡକୁଟ ଗାଁ ରେ ।ମଟର ସାଇକେଲ ମେକାନିକ ମଣ୍ଟୁ ସିଂ ଘରେ ଶୋଇ ଥିବା ବେଳେ ତାଙ୍କର ବୁଲେଟ ଗାଡ଼ି ଟି ଦୁଇ ଜଣ ଚୋର ଦୀପକ ମହାନ୍ତି , ଦୁର୍ଗା ଶଙ୍କର ଦାସ ଚୋରୀ କରି ନେଇ ଯାଉଥିବା ବେଳେ ବୁଲେଟ ଟି ରାସ୍ତାରେ ଖରାପ ହେଲା। ପରେ ବୁଲେଟ ମାଲିକ ମଣ୍ଟୁ ସିଂ ଗାଁ ଲୋକ ସହାୟତାରେ ଦୁଇ ଚୋରକୁ ଗଛରେ ବାନ୍ଧି ନୀର୍ଦ୍ଧୁମ ଛେଚି ଥିଲେ। ଘଟଣା ସମ୍ପର୍କ ରେ ପୋଲିସକୁ ଖବର ନ ଦେଇ ଗାଁ ଲୋକ ସମାଧାନ କରିଥିବା ସୂଚନା ମିଳିଛି ।
ଗାଡ଼ି ଚୋର କୁ ଧରି ବାନ୍ଧିଲେ ଗାଁ ଲୋକେ
ଆଜତକ ଓଡ଼ିଶା
0
Post a Comment