ମନମୁଣ୍ଡା ରେ ହେବାକୁ ଥିବା ବୁଦ୍ଧ ପାର୍କ ପାଇଁ ଆରମ୍ଭ ହୋଇଛି ଜବର୍ ଦଖଲ ଉଛେଦ।


କଣ୍ଟାମାଲ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନ ମୁଣ୍ଡା ପଞ୍ଚାୟତ ସଦର ମହକୁମା ରେ ବହୁ ପ୍ରତିକ୍ଷିତ ମନ ମୁଣ୍ଡା ବୁଦ୍ଧ ପାର୍କ ପାଇଁ ଆଜି ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଦୀର୍ଘ ପ୍ରାୟ ଏକ ବର୍ଷ ହେବ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମନ ମୁଣ୍ଡା ତେଲନଦି ଆପ୍ରୋଚ ଠିକ୍ ତଳ ମୁଣ୍ଡରେ ଏକ ବୁଦ୍ଧ ପାର୍କ ନିର୍ମାଣ ସହ ଏକ ବିରାଟ ବୁଦ୍ଧ ମୂର୍ତ୍ତି ସ୍ଥାପନ ପାଇଁ ଯୋଜନା କରିଥିଲେ।ଏଥିପାଇଁ ଜିଲ୍ଲାପାଳ,ତହସିଲଦାର,ବିଡ଼ିଓ,ଜାତୀୟ ରାଜପଥ ଯନ୍ତ୍ରୀ,ପୂର୍ତ୍ତ ଯନ୍ତ୍ରୀ ବାରମ୍ବାର ଏହି ସ୍ଥାନକୁ ଆସି ପରିଦର୍ଶନ କରି ଫେରିଥିଲେ।ମନ ମୁଣ୍ଡା ଆର୍ ଆଇ ଅନେକ ଥର ଜାଗା ମାପ କରିଥିଲେ।ଉକ୍ତ ସରକାରୀ ଜାଗାରେ ଏକ ଟ୍ରାକ୍ଟର ଗ୍ୟାରେଜ ରହିଥିଲା।


ତାହାକୁ ଉଚ୍ଛେଦ ପାଇଁ ଅନେକଥର କୁହାଯିବା ସହ ନୋଟିସ ମଧ୍ୟ କରାଯାଇଥିଲା।କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଉକ୍ତ ଜାଗା ଖାଲି କରିନଥିଲେ।ଆଜି ସକାଳୁ ଉକ୍ତ ସ୍ଥାନରେ ଗ୍ୟାରେଜ କରିଥିବା ମାଲିକ ଙ୍କ ସହ ବୁଝାମଣା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ତହସିଲଦାର ରିନା ପ୍ରଧାନ ,ବିଡ଼ିଓ କଲା କୃଷନ ପ୍ରଧାନ,ବ୍ଲକ ସହକାରୀ ଯନ୍ତ୍ରୀ ସୋମନାଥ ଭୂୟାଁ, ଜିଆର ଏସ ଜଟୁ ପଟ୍ଟନାୟକ,ଆଦିତ୍ୟ ମେହେର ପ୍ରମୁଖ ଉପସ୍ଥିତ ରହି ଶ୍ରମିକ ମାନଙ୍କ ଦ୍ଵାରା ଆଜବେଷ୍ଟର ଛାଉଣୀ କାଢ଼ିବାପରେ ଜେସିବି ଦ୍ଵାରା ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ଅନ୍ୟପଟେ ମନ ମୁଣ୍ଡା ଗାନ୍ଧୀ ଛକରେ ହେବାକୁ ଥିବା ଗୋଲେଇକରଣ କାର୍ଯ୍ୟ କେବେ ହେବ ବୋଲି ଲୋକଙ୍କ ମନରେ ଚର୍ଚ୍ଚା ଜୋର ଧରିଛି।

Post a Comment

Previous Post Next Post