ଚଟୁଅନକାରେ ସ୍ୱଛ୍ଛତା ପକ୍ଷ ପାଳିତ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତ ର ଚଟୁଅନକା ଗ୍ରାମର ଅଙ୍ଗନବାଡ଼ି ଖ କେନ୍ଦ୍ରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚଟୁଅନକା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଆୟୋଜିତ ସ୍ୱଛ୍ଛତା ପକ୍ଷ ପାଳନ ହୋଇଯାଇଛି।ମହିଳା ସ୍ୱାସ୍ଥ୍ୟ କର୍ମୀ ନମିତା ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଭାବେ ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଂଚି ନାରାୟଣ ଦାଶ,ସମ୍ମାନିତ ଅତିଥି ଭାବେ ଅଙ୍ଗନବାଡ଼ି ସୁପରଭାଇଜର ପ୍ରମୋଦା ପାଣିଗ୍ରାହୀ, ସମାଜସେବୀ ଥମିର ଛତ୍ରିଆ, ସହଦେବ ମାଝୀ, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ ଯୋଗ ଦେଇଥିଲେ।ପରିବେଶକୁ ସଫାସୁତୁରା ରଖିବା ସହିତ ପ୍ଳାଷ୍ଟିକ ବର୍ଜନ,ନିୟମିତ ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ ଅତିଥି ମାନେ ମତ ଦେଇଥିଲେ।ସଭା ପରେ ଉପସ୍ଥିତ ମହିଳା, ସ୍ୱୟଂସହାୟକ ଦଳ,ଗ୍ରାମବାସୀ ମିଶି ପଦଯାତ୍ରା କରିଥିଲେ।ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ ସୂର୍ଯ୍ୟକାନ୍ତୀ ମାଝୀ, ଈନ୍ଦୁମତି ମାଝୀ,ଗୋମତି ପୁଟେଲ,ଜେମାମଣି କଲେତ ଆଦି ସହଯୋଗ କରିଥିଲେ।


Post a Comment

Previous Post Next Post