ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ଶାହାକୁ ଗିରଫ ଦାବିରେ ବିଜେପି ପକ୍ଷରୁ ବାଲିଆପାଳ ଆଇଆଇସିଙ୍କୁ ଆଜି ଦାବୀପତ୍ର ପ୍ରଦାନ କରାଯାଇଛି।ବିଜେପି ନେତା ଅଜୟ ସାହୁ,ଅରବିନ୍ଦ ବେହେରା,ଖିତିଶ କୁମାର ଜେନା,ଭୃଗୁରାମ ବିଶ୍ବାଳ, ସୁଦାମ ଚରଣ ଦାସ, ଗଜେନ୍ଦ୍ର ଜେନା,ବୁଲା ବାରିକ,ମୁରଲୀ ଜେନା ପ୍ରମୁଖ ବାଲିଆପାଳ ଥାନାକୁ ଯାଇ ଆଇ ଆଇ ସିଙ୍କ ଠାରେ ଦାବି କରିଛନ୍ତି।ଶାବୁଦ୍ଦିନ କୁ ତୁରନ୍ତ ଗିରଫ କରା ନ ଗଲେ ବାଲିଆପାଳ ଥାନା ଘେରାଓ କରାଯିବ।
ଦୁଇ ବର୍ଷ ତଳେ ବାଲିଆପାଳ ଇଡ୍କୋ ଛକ ଢାବାରେ ନାବାଳକ ହତ୍ୟା ମାମଲାର ମୁଖ୍ୟ ଆସାମୀ ଶାବୁଦ୍ଦିନ ଶାହା ଗତ ୨୨ ତାରିଖରେ ପୁଣି ଆଉ ଜଣେ ଯୁବକ ସେକ ରାଜତୁଲ୍ଲାକୁ ମିଥ୍ୟା ଆରୋପ ଲଗାଇ ଘରୁ ଡାକିନେଇ ଜୀବନରୁ ମାରିଦେବାର ଯୋଜନା କରି ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛି।ରାଜତୁଲ୍ଲା ଏବେ କଟକବଡ଼ ହସ୍ପିଟାଲରେ ଚିକିତ୍ସାଧିନ ରହିଛି।
Post a Comment