ସୁବର୍ଣ୍ଣପୁର(ଗଣପତିବାଘ) ସୁବର୍ଣ୍ଣପୁର ର ବହୁ ପୁରାତନ କ୍ଳବ ତଥା ଚନ୍ଦ୍ରଶେଖର ପାଠାଗାର ର ପ୍ରାକ୍ତନ ସଭାପତି ଓ ମା ଭଗବତୀ ପୀଠ ମେନେଜିଙ୍ଗ କମିଟି ର ପ୍ରାକ୍ତନ ସଭାପତି ଶ୍ରୀ ଅଶୋକ ମିଶ୍ର ଙ୍କ ୫୭ ବର୍ଷ ବୟସ ରେ ଗତ କାଲି ସନ୍ଧ୍ୟା ରେ ସ୍ଥାନୀୟ ମେଡିକାଲ ରେ ଦେହାନ୍ତ ଘଟିଛି । ଏ ଖବର ପ୍ରସାରିତ ହେବା ପରେ ତାଙ୍କ ବାସ ଭବନ ଥନାପତି ପଡା ଭଗବତୀ ପ୍ଲଟ ସମେତ ସାରା ସହର ରେ ଶୋକ ଖେଳି ଯାଇଥିଲା । ସ୍ବର୍ଗତ ମିଶ୍ର ସୋନପୁର କଲେଜ ରେ ଇଂରାଜୀ ରେ ସ୍ନାତ କୋତ୍ତର ସହ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିବା ବେଳେ ଥାନାପତି ପଡା ଚନ୍ଦ୍ରଶେଖର ପାଠାଗାର ଓ ଭଗବତୀ ମନ୍ଦିର ର ପରିଚାଳନା କମିଟି ରେ କିଛି ବର୍ଷ ନେତୃତ୍ୱ ନେଇ ଉକ୍ତ କ୍ଲବ ଓ ମନ୍ଦିର ସମେତ ସୋନପୁର କଲେଜ ର ବିକାଶ ଲାଗି ମଧ୍ୟ ଅନେକ ଗଠନ ମୂଳକ କାର୍ଯ୍ୟ ରେ ନିଷ୍ଠା ର ସହିତ ଦାଇତ୍ୱ ତୁଲାଇ ଜଣେ ଯୁବ ସଂଗଠକ ଭାବେ ମଧ୍ୟ ପରିଚୟ ସୃଷ୍ଟି କରିଥିଲେ । ଶ୍ରୀ ମିଶ୍ର ଇଂରାଜୀ ଅନର୍ସ ରେ ଗ୍ରାଜୁଏଟ ସାରି ଜ଼ିଲ୍ଲା ରେ ଆର ଡି ସି କ୍ଲର୍କ ଭାବେ ସିଲେକ୍ସନ ହୋଇ ସୁଦ୍ଧା କୌଣସି ଅସୁବିଧା ବଶତଃ ଚାକିରୀ ରେ ଯୋଗ ଦେଇ ପାରି ନ ଥିଲେ । କିନ୍ତୁ ସେ କେବେ ଭାଙ୍ଗି ପଡି ନ ଥିଲେ । ପରେ ପରେ ବିଭିନ୍ନ ସରକାରୀ ପଦବୀ ପରୀକ୍ଷା ପାଇଁ ପ୍ରସ୍ତୁତି ସାଙ୍ଗେ ସାଙ୍ଗେ ନିଜେ ଆତ୍ମ ନିର୍ଭରସିଳ ହୋଇ ଖୁବ ଧର୍ଯ୍ୟ ର ସହିତ ପାଠ ପଢା ସହ ବହୁ ବର୍ଷ ଧରି ଏକ ଘରୋଇ ବସ କଣ୍ଡକ୍ଟର ଭାବେ କାର୍ଯ୍ୟ କରି କେବେ ବି ସେ ପରିବାର ପାଇଁ ବୋଝ ନ ହୋଇ ପରେ ପରେ ଛୋଟ ଛୋଟ ବ୍ୟବସାୟ କରି ବଡ଼ ପାରିଵାର ର ଦାଇତ୍ୱ ତୁଲାଇଥିଲେ । ଏବଂ ଯୁବ ପିଢୀ ଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଊଚ୍ଚ ଶିକ୍ଷିତ ଶ୍ରୀ ମିଶ୍ର । ଗତ କାଲି ରାତିରେ ସୁବର୍ଣ୍ଣପୁର ଶ୍ରୀ ରାମେଶ୍ୱର ସ୍ମଶାନ ଘାଟ ରେ ଶ୍ରୀ ମିଶ୍ର ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଜ୍ୱାଇଁ ସନ୍ତୋଷ ମିଶ୍ର ମୁଖାଗ୍ନି ଦେଇଥିଲେ । ଶ୍ରୀ ମିଶ୍ର ଙ୍କ ମୃତ୍ୟୁ ବେଳେ ଝିଅ ମିନୁ, ପୁଅ ସିଦ୍ଧାର୍ଥ, ଭାଇ ଦୀପକ, ସଢୁ ଭରତ ମହାପାତ୍ର ଙ୍କ ପରିବାର, ଭଉଣୀ ଆନିମା ଙ୍କ ସମେତ ଆତ୍ମୀୟ ସ୍ୱଜନ ମେଡିକାଲ ରେ ଉପସ୍ଥିତ ଥିବା ବେଳେ ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶ ସାହୁ, କଇରୁ ସ୍ୱାଇଁ, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଯୁବ ନେତା ବାବlନି ଦାନୀ, ମାନଭଞ୍ଜନ ବେଦବାକ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ସତ୍ୟ ବ୍ରତ ପ୍ରଧାନ, ମହାଦେବ ମଲ୍ଲିକ, ସଂଜୟ ସାହୁ, ଆଶୁତୋଷ ପୁଜାରୀ ଙ୍କ ସମେତ ସହର ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଶ୍ରୀ ମିଶ୍ର ଙ୍କ ଅନ୍ତିମ ଦର୍ଶନ କରିଥିଲେଲ।
ଚନ୍ଦ୍ରଶେଖର ପାଠାଗାର ର ପ୍ରାକ୍ତନ ସଭାପତି ଅଶୋକ ମିଶ୍ର ଙ୍କ ପରଲୋକ ସୁବର୍ଣ୍ଣପୁର
ଆଜତକ ଓଡ଼ିଶା
0
Post a Comment