କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିଆରସିସି ଅମରେନ୍ଦ୍ର କୁମାର ବାଗ,ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଥମିର ଛତ୍ରିଆ, ଶିକ୍ଷକ କିଶୋର ବରିହା ଓ ଶିକ୍ଷୟିତ୍ରୀ ଦେବକୀ ତାଣ୍ଡି ଯୋଗଦେଇଥିଲେ।ଶ୍ରୀ ଦାଶ ସର୍ବ ପ୍ରଥମେ ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ତାପରେ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଆଗକୁ ଭଲ ପାଠପଢି ବିଦ୍ୟାଳୟର ତଥା ବାପା ମାଆଙ୍କ ସୁନାମ ରଖିବାକୁ ଉପଦେଶ ଦେଇଥିଲେ।ବିଦାୟ ଛାତ୍ରଛାତ୍ରୀ ମାନଙ୍କୁ ଗଳ୍ପ ପୁସ୍ତକ ଓ କଲମ ପ୍ରଦାନ କରାଯାଇଥିଲା।ତାପରେ ସମସ୍ତ ଛାତ୍ରଛାତ୍ରୀ ସୁସ୍ବାଦୁ ଭୋଜନ କରି ସାରିବା ପରେ ଘରକୁ ଯାଇଥିଲେ।ଏହି ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ସଭ୍ୟା ଓ ଅଭିଭାବକ ଉପସ୍ଥିତ ଥିଲେ।
ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା
ଆଜତକ ଓଡ଼ିଶା
0
Post a Comment