ବିନା ତଥ୍ଯରେ ଖବର ପରିବେଷଣ କରି ହଟ ହଟା ହେଳେ କଥାକଥି ସାମ୍ବାଦିକ ହରିଷ ବାରିକ। ମାଗିବାକୁ ପଡିଲା ଲିଖିତ ମାଫିନାମା


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ସ୍ଥାନୀୟ ମୁସଲିମ କମ୍ୟୁନିଟି ହଲ ଠାରେ ବିଜୁ ଜନତା ଦଳ କଣ୍ଟାବାଞ୍ଜି ତରଫରୁ ଗୋଟିଏ ପ୍ରେସ ବିଜ୍ଞପ୍ତି କରାଯାଇଥିଲା। ନଗର ସଭାପତି ଜଗନ୍ନାଥ ରାଓ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମେଳନ ରେ ବିଜୁ ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ, ମୁରିବହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଯୁବ ସଭାପତି ବିଷ୍ଣୁ ଜୁଏଡ଼, ଆଇନଜୀବୀ ଅରୁଣ ବାଗ, ଜିଲ୍ଲା ଛାତ୍ର ସାଧାରଣ ସମ୍ପାଦିକ ସିମରନ କୌର, ମୁରିବାହଲ ଛାତ୍ର ସଭାପତି ସୁବ୍ରତ ମହାକୁର, ସମିତି ସଭ୍ୟ ସନ୍ୟାସୀ ପୁଟେଲ ପ୍ରମୁଖ ଯୋଗ ଦେଇଥିଲେ। ବିଗତ ୨୩ ତାରିଖ ଦିନ ଦୈନିକ ଖବରକାଗଜ ନନ୍ଦିନୀ ରେ ବିଜେଡ଼ି ନେତା ଫିରୋଜ ଖାଁ କୁ ଇଙ୍ଗିତ କରି ଯେଉଁ ଖବର ପ୍ରକାଶିତ ହୋଇଥିଲା ଏହାକୁ ନଗର ବିଜୁ ଜନତା ଦଳ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ ଖଣ୍ଡନ କରିଛନ୍ତି ଓ ଏହାକୁ ତୀବ୍ର ନିନ୍ଦା କରିବା ସହ ସେ କହିଛନ୍ତି ଯେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ରେ ଉନ୍ନତି ପାଇଁ ଲୋକମାନେ ମୋ ବାପାଙ୍କୁ ଦୁଇ ଥର ବିଧାୟକ କରିଛନ୍ତି ଏବଂ ମୁଁ ଓ ମୋର ପରିବାର କୌଣସି ସଦସ୍ୟ ଏପରି ନିନ୍ଦନୀୟ କାମ କରିନାହାଁନ୍ତି କି କେବେ ମଧ୍ୟ କରି ନାହିଁ। ଏହି ଖବର ସ୍ଥାନୀୟ ପ୍ରତିନିଧି ତରଫରୁ ମିଥ୍ୟା ପ୍ରକାଶିତ ହୋଇଥିଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ଉନ୍ନତି ପାଇଁ ବହୁ ସମୟ ରେ ବିଭିନ୍ନ ଅଫିସରେ ମୁଁ ଯାଇ ଥାଏ ଏବଂ ଗୋଟିଏ ରାସ୍ତା ର ଉନ୍ନତି ପାଇଁ ମୁଁ ପୂର୍ତ୍ତବିଭାଗ ର ଇଂଜିନିୟର କୁ ଦେଖା କରିବାପାଇଁ ଯାଇଥିଲି କିନ୍ତୁ ଏହାକୁ କିଛି ତଳ ସ୍ତର ର ରାଜନୀତି କରୁଥିବା ଲୋକ ଏହା କୁ ରାଜନୈତିକ ରଙ୍ଗ ଦେଇଥିବା ରୁ ମୁଁ ଏହାକୁ ନିନ୍ଦା କରିଛି। ଏ ସମ୍ଭବ ଫିରୋଜ ଖାଁ କଣ୍ଟାବାଞ୍ଜି ନନ୍ଦିନୀ ପ୍ରତିନିଧି ହରିଶ ବାରିକ ଭୁଲ ଖବର ପରିବେଷଣ କରିଥିବା ରୁ ଲିଖିତ କ୍ଷମା ପ୍ରାର୍ଥନା କରିଥିବା ସର୍ବସାଧାରଣ ସମ୍ମୁଖରେ ଉପସ୍ଥାପନ କରିଥିଲେ ଏହା ସହ ନନ୍ଦିନୀ ଖବର କାଗଜ ବିରୁଦ୍ଧରେ ମୋକଦ୍ଦମା ରୁଜୁ କରିବା ପାଇଁ ଏହାର ସମ୍ପାଦକ କୁ ତାଙ୍କ ଓକିଲ ଦେଇଥିବା ନୋଟିସ ଉପସ୍ଥାପନ କରିଥିଲେ।

ଏହା ସହ କିଛି ଖଲ ପ୍ରକୃତି ଲୋକ ତାଙ୍କ ଫୋଟୋ କୁ ଇଡିଟ କରି ତାଙ୍କୁ ବଦନାମ କରିବା ପାଇଁ ଉଧ୍ୟମ କରିଛନ୍ତି ତାଙ୍କ ବିରୁଦ୍ଧରେ ମଧ୍ୟ କଣ୍ଟାବାଞ୍ଜି ପୋଲିସ ଥାନା ରେ ମାମଲା ଦାୟର କରିଥିବା ସୂଚନା ଦେଇଥିଲେ ଫିରୋଜ ଖାଁ କହିଥିଲେ। ଅନ୍ୟପକ୍ଷରେ କଣ୍ଟାବାଞ୍ଜି ନନ୍ଦିନୀ ପ୍ରତିନିଧି ହରିଷ ବାରିକ ଙ୍କ ନାଁ ରେ ପୂର୍ବରୁ ଗୁରୁତ୍ବ ଅଭିଯୋଗ ରହିଛି ଏବଂ ସେଥିପାଇଁ ସିଏ ବହୁ ଥର ଜେଲ ମଧ୍ୟ ଯାଇଛନ୍ତି। ତାଙ୍କର ନାଁ ରେ ବହୁ ମାମଲା କୋର୍ଟ ରେ ବିଚାର ଧୀନ ରହିଛି।

Post a Comment

Previous Post Next Post