ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ତିଲେଶ୍ୱର ଠାରେ ଏକ କୂଅ ଭିତରୁ ଏକ ଷଣ୍ଢ କୁଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ସୂଚନା ମିଳିଛି।ସୂଚନା ମତେ ଆଜି ସନ୍ଧ୍ୟା ୪.୪୫ ମିନିଟ ସମସ୍ୟରେ ଏକ ଷଣ୍ଢ ବୁଲୁଥିବା ସମୟରେ ପିତାମ୍ବର ବେହେରାଙ୍କ କୂଅ ଭିତରେ ପଡିଯାଇଥିଲା ସ୍ଥାନୀୟ ଲୋକେ ଏହା ଦେଖି ଚାରିଛକ ସ୍ଥିତ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ ।ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଷଣ୍ଢ ଟିକୁ ସୁରକ୍ଷିତ ଉଦ୍ଧାର କରିଥିବା ସୂଚନା ମିଳିଛି ।
କୂପ ଭିତରୁ ଷଣ୍ଡ ଉଦ୍ଧାର
ଆଜତକ ଓଡ଼ିଶା
0
Post a Comment