ଜ୍ଞାନପ୍ରକାଶ ତରଫରୁ ଜାତୀୟ ସ୍ତରୀୟ ସାମ୍ବାଦିକ ସମ୍ମିଳନୀ


ବୌଦ୍ଧ, (ସୁଶାନ୍ତ କୁମାର ବେହେରା) ଗତକାଲି (ରବିବାର)
ଅପରାହ୍ଣରେ ଡ଼ି ଆଇ ପି ଆର ଓ ବୌଦ୍ଧ ସମ୍ବିଳନୀ ହଲରେ ଜ୍ଞାନପ୍ରକାଶର ଦେବାଶିଷ ପୁରୋହିତ ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଜ୍ଞାନ ପ୍ରକାଶ ପରିବାର ତରଫରୁ ଆସନ୍ତା ଜୁଲାଇ୩ତାରିଖରେ ବୌଦ୍ଧ ଜିଲ୍ଲା ସଦର ଟାଉନ ହଲରେ ହେବାକୁ ଥିବା ଷଷ୍ଠ ବାର୍ଷିକ ଉତ୍ସବ ଅବସରରେ ଜାତୀୟ ତଥା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଓ ଚିତ୍ରକଳା ପ୍ରଦର୍ଶନୀ ଜାତୀୟ ଏକତା ବିଷୟବସ୍ତୁକୁ ନେଇ ଆସନ୍ତା ଜୁନ ୨୬ ତାରିଖରେ ଭାରତର ପ୍ରତ୍ୟେକ ରାଜ୍ୟ ଓ ଓଡିଶାର ୩୦ଟି ଜିଲ୍ଲାରେ ୬୦ ଟି ସ୍ଥାନରେ ଅନୁଷ୍ଠିତ ହେବ । ଏହାର ଆଭିମୁଖ୍ୟ-- ଜାତୀୟ ଏକତାକୁ ସୃଦୃଢ଼ କରିବା ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ସୃଜନ ଶୀଳତାକୁ ବିକାଶ କରି ଲୋକଲୋଚନରେ ପହଞ୍ଚାଇବା । ଜ୍ଞାନ ପ୍ରକାଶର ବାର୍ଷିକ ଉତ୍ସବରେ ସର୍ବ ଭରତୀୟ ସ୍ତରୀୟ ସମ୍ମିଳନୀରେ କବି,ଲେଖକ,ଶିକ୍ଷାବିତ, ବୁଦ୍ଧିଜୀବୀ ଗବେଷକ,ଛାତ୍ର,ଛାତ୍ରୀ ଉପସ୍ଥିତ ରହି ଆଲୋଚନା ଚକ୍ରରେ ଭାଗ ନେବେ । ଜ୍ଞାନ ପ୍ରକାଶର ସମ୍ପାଦକ ସରୋଜ କୁମାର ସାହୁ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ।
ଜ୍ଞାନ ପ୍ରକାଶର ମୁଖ୍ୟ ଉପଦେଷ୍ଟା ଶିକ୍ଷା ପରାମର୍ଶଦାତା ଜ୍ଞାନଚାନ୍ଦ ଶତପଥୀ ଏବଂ ଜିଲ୍ଲା ମୁଖ୍ୟ ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମର ସଫଳତା ପାଇଁ ସମବେତ ଆହ୍ୱାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଜ୍ଞାନ ପ୍ରକାଶ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Post a Comment

Previous Post Next Post