ସୂଚନା ଅଧିକାର ଅଭିଯାନ ବାଲିଆପାଳ ଶାଖାର ବାର୍ଷିକ ସମ୍ମିଳନୀ ଓ ସଚେତନ ଶିବିର ଅନୁଷ୍ଠିତ


ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ବାଲିଆପାଳ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପରିସରରେ ସୂଚନା ଅଧିକାର ଅଭିଯାନ ବାଲିଆପାଳ ଶାଖା ପକ୍ଷରୁ ରବିବାର ଶାଖାର ବାର୍ଷିକ ସମ୍ମିଳନୀ ଓ ସୁଚନା ଅଧିକାର ଆଇନ ଉପରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ଅଧିକାର ଅଭିଯାନ ବାଲିଆପାଳ ଶାଖାର ସଭାପତି ଅନୁଜ କୁମାର ମହାପାତ୍ରଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ସମ୍ମିଳନୀରେ ବାଲିଆପାଳ ବିଡିଓ ଦୀପକ କୁମାର ଦାସ, ବାଲିଆପାଳ ଥାନା ଭାରପ୍ରାପ୍ତ ଅଧିକାରୀ ପର୍ଶୁରାମ ସାହୁ, ପ୍ରଫେସର ଅଦୈତ ପାତ୍ର, ସୂଚନା ଅଧିକାର ଅଭିଯାନର ରାଜ୍ୟ ସଭାପତି ପ୍ରଦୀପ ପ୍ରଧାନ, ବାଲେଶ୍ଵର ବାର କାଉନସିଲର ସଭାପତି ମନୋଜ ନାୟକ, ରାଜ୍ୟ ମାନବ ଅଧିକାର କମିଟିର ସଦସ୍ୟ ଅଖଣ୍ଡ , ମୟୂରଭଞ୍ଜ ଅଂଚଳର ସାମାଜିକ କର୍ମୀ ସନ୍ତୋଷ ମାହାନ୍ତି ପ୍ରମୁଖ ଯୋଗ ଦେଇ ସୂଚନା ଅଧିକାର ଆଇନକୁ ବ୍ୟାପକ ଜନ ସଚେତନତାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ । ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଉପାୟରେ ଜନ ସଚେତନ କରାଇବା ପାଇଁ ଶାଖା ପକ୍ଷରୁ ଚେଷ୍ଟା କରାଯିବା ଦରକାର ବୋଲି ଅତିଥି ମାନେ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥଲେ। ଉକ୍ତ ସମ୍ମିଳନରେ କାଳିପଦା କୃଷକ ମୂର୍ଚ୍ଛାର ସଭାପତି କୁଶ ଧ୍ଵଜ ଜେନ, ପ୍ରଫେସର ଆଦୈତ ପାତ୍ର, ଖବର କାଗଜ ବିକ୍ରେତା ନଗେନ୍ଦ୍ର ବିଶ୍ଵାଳ, ବାଲେଶ୍ଵର ବାର କାଉନସିଲ ର ସଭାପତି ଶ୍ରୀ ମନୋଜ ନାୟକଙ୍କୁ ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଅଧିକାରର ଅଭିଯାନ ଭୋଗରାଇ ଶାଖାର ସଦସ୍ୟ ଅଶୋକ ଜେନା, ଅଶୋକ ଦାଶ, ସିଂଲା ଶାଖା ନାରାୟଣ ଉପାଧ୍ୟାୟଙ୍କ ସହିତ ବିଭିନ୍ନ ସ୍ଥାନରେ ଶାଖା ଦାୟିତ୍ବ ରେ ଥିବା ସଦସ୍ୟ ମନେ ଯୋଗ ଦେଇଥିଲେ। ବାଲିଆପାଳ ଶାଖାର ସଦସ୍ୟ ରାଜକିଶୋର ପାତ୍ର, ଶରତ କୁମାର ପାତ୍ର, କାହ୍ନୁ ଚରଣ ପାତ୍ର, ଗୋପାଳ ଗଙ୍ଗାଇ, ସୁବୁଧ ପାତ୍ର, ଘନଶ୍ୟାମ ପ୍ରଧାନ, ବଳରାମ ଦାସ, ଚିତ୍ତରଞ୍ଜନ, ତପନ କୁମାର ଦତ୍ତଙ୍କ ସହିତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Post a Comment

Previous Post Next Post