ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ର ଦ୍ୱିତୀୟ ଦିବସରେ ବୌଦ୍ଧ ଜିଲ୍ଲା ମୁଖରିତ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଶ୍ରୀରାମ ଲୀଳା ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ, ସମ୍ମାନୀତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷl, ପ୍ରଭାସିନୀ ଦାସ, ଅଧ୍ୟକ୍ଷ, ପଂଚାୟତ ସମିତି, ବୌଦ୍ଧ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ଆଧ୍କୁକ୍ୟ୍ୟ୍ୟ୍ୟ, ପଂଚାୟତ ସମିତି, ହରଭଙ୍ଗା, ସ୍ନେହଲତା ପ୍ରଧାନ, ଅଧ୍ୟକ୍ଷl, ପଂଚାୟତ ସମିତି କଣ୍ଟାମାଳ, ସସ୍ମିତା ସେନାପତି, ବି. ଡି. ଓ, ବୌଦ୍ଧ ଦେବୀ ପ୍ରସାଦ ଦାଶ, ବି. ଡି. ଓ, କଣ୍ଟାମାଲ କଳାକୃଷ୍ଣ ପ୍ରଧାନ, ସଭାପତି ଜ଼ିଲ୍ଲାପାଳ, ବୌଦ୍ଧ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟା ୬ ଘଟିକା ସମୟରେ ରାଧାକୃଷ୍ଣ ସଂକୀର୍ତନ ମଣ୍ଡଳୀ, ପଳାସପାଟ, ପତର ସଉରା, ଖୁଣ୍ଟିଆପଡା  ଓଡିଶୀ ସମ୍ପ୍ରଦ। ସଂକୀର୍ତନ, ଗୋବିନ୍ଦପୂର ଏବଂ ଶ୍ରୀରାମ ଲୀଳା ନାଟ୍ୟ ସଂସଦ, ବାମଣ୍ଡା, ବୌଦ୍ଧ -ରାମଲୀଳା, ପ୍ରଣାମ, ବୌଦ୍ଧ -ଓଡିଶୀ, ଜଗନ୍ନାଥ କଳାକେନ୍ଦ୍ର, ନବରଙ୍ଗପୁର (ଆଦିବାସୀ ବେଣ୍ଟ ନୃତ୍ୟ ) ପରିବେଷଣ କରିଥିଲେ । ସଭା ପରେ ପରେ ହାସ୍ୟ ବ୍ୟଙ୍ଗକବି ସମିଳନୀ ରେ ହାସ୍ୟ କବି ପ୍ରିୟବ୍ରତ ପଣ୍ଡା, ଶ୍ରୀଯୁକ୍ତ ସତ୍ୟାନାଶ, ଶାନ୍ତନୁ ପାଣିଗ୍ରାହୀ, ଶ୍ରୀଯୁକ୍ତ ବୋଲଗଡ଼ ଏକସ ପ୍ରେସ୍, ଡ. ରମାକାନ୍ତ ମହାପାତ୍ର, ଶ୍ରୀ ଚିତାକଟା, ଡ. ଦେବାଶିଷ ମହାପାତ୍ର, ଦୁର୍ବଳିଆ କବି ସୁଶାନ୍ତ ସାହୁ ଯୋଗଦେଇ ଦର୍ଶକ ମାନଙ୍କ ମନ ମୁଗ୍ଧ କରିଥିଲେ । ଏହି ଅବସର ରେ ଚିତ୍ତ ରଞ୍ଜନ ବେହେରା ଏକ ସ୍ଵ ରଚିତ କବିତା ପାଠ କରିଥିଲେ । ପରେ ସମସ୍ତ କବି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ରେ ବ୍ଲକ କଳା ସଂସ୍କୃତି ସଙ୍ଘ ର ଉପ -ସଭାପତି ସ୍ୱାଧୀନ କୁମାର ପରିଡା ଙ୍କ ତତ୍ୱାବଧାନ ରେ ବୁଟୁପାଲୀ ରେ ବାଦୀପାଲା ରେ ମା ପୂର୍ଣ୍ଣମାସୀ ପାଲା ସଂସଦ, ବ୍ରାହ୍ମଣୀ, ଗାୟକ -କୃଷ୍ଣଚନ୍ଦ୍ର ମିଶ୍ର ଓ ସାଥି କଳାକାର, ଜାଗୃତି ବିଜୟା ପାଲା ସଂସଦ, ମହାକୁଡ଼ପାଲୀ ଗାୟକ -ବାଞ୍ଚାନିଧି ପ୍ରଧାନ ଓ ସାଥି କଳାକାର ବାଦୀ ପାଲା କରି ଦର୍ଶକଙ୍କ ମନ ମୁଗ୍ଧ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ପାଳ ବବିତାରାଣୀ ଦଳବେହେରା, ପି.ଡି. ଡ଼ି. ଆର. ଡ଼ି.ଏ. ଅଶ୍ୱିନୀ କୁମାର ମେହେର, ଏନ. ଏ. ସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ସାମ୍ବାଦିକ ବନ୍ଧୁ ଓ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ!ଶେଷରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ ପରେ ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମ ଶେଷ ହୋଇ ଥିଲା ।

Post a Comment

Previous Post Next Post