ଦିର୍ଘ ବର୍ଷର ସ୍ୱପ୍ନ ହେଲା ସାକାର କଂଟାବାଞ୍ଜି ରୁ ଗଡିଲା ଇସ୍ପାତ ଏକ୍ସପ୍ରେସ ଟ୍ରେନ


କଂଟାବାଞ୍ଜି, (ଆଜତକ୍ ଓଡ଼ିଶା) ଦିଲ୍ଲି , ବମ୍ବେ ପରେ ଏବେ କଂଟାବାଞ୍ଜି ରୁ ସିଧାସଲଖ ହାୱଡାକୁ ଗଡିଲା ଏକ୍ସପ୍ରେସ ଟ୍ରେନ । ଆଜି କଂଟାବାଞ୍ଜି ସହରବାସିଙ୍କ ଦିର୍ଘ ବର୍ଷର ଦାବି ପୁରଣ ହୋଇଛି । କଂଟାବାଞ୍ଜି ସହରରୁ ଇସ୍ପାତ ଏକ୍ସପ୍ରେସ ଚାଲିଲା । ଏନେଇ ସ୍ଥାନିୟ ରେଳ ଷ୍ଟେଶନରେ ପୁର୍ବତନ ରେଳପଥ ସମ୍ବଲପୁର ଡିଭିଜନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ସଂଗିତା କୁମାରି ସିଂ ଦେଓ, ସମ୍ମାନିତ ଅତିଥି ଭାବେ କଂଟାବାଞ୍ଜ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ପୁର୍ବତଟ ରେଳପଥ ସମ୍ବଲପୁର ଡିଭିଜନ ପ୍ରବନ୍ଧକ ପ୍ରଦିପ କୁମାର ମଂଚାସିନ ରହିଥିଲେ । କିଛି ଦିନ ପୁର୍ବରୁ ରେଳମନ୍ତ୍ରି ଅଶ୍ୱନୀ ବୈଷ୍ଣବ କଂଟାବାଞ୍ଜି ଆସିଥିଲେ । ସେହି ସମୟରେ କଂଟାବାଞ୍ଜିର ଜନସାଧାରନ ସହ ବିଭିନ୍ନ ସଂଗଠନର ସଦସ୍ୟ ମାନେ ମନ୍ତ୍ରୀଙ୍କୁ ସାକ୍ଷାତ କରି ଟିଟିଲାଗଡରୁ କଂଟାବାଞ୍ଜି ପର୍ଯ୍ୟନ୍ତ ହାୱଡା ଇସ୍ପାତ ଏକ୍ସପ୍ରେସ ଟ୍ରେନ ସଂମ୍ପସାରନ କରିବାକୁ ଦାବି କରିଥିଲେ ।


 ମନ୍ତ୍ରୀ କଂଟାବାଞ୍ଜିଙ୍କ ଦାବିକୁ ଆଜି ପୁରଣ କରିଥିବା ସାଂସଦ କହିଥିଲେ । ଦିର୍ଘ ବର୍ଷ ହେବ ସହରର ବିଭିନ୍ନ ସଂଗଠନ, ରେଳ ଉପଭୋକ୍ତା କମିଟି. ରାଇଟ ଟୁ ଫାଇଟ, ୟୁଥ ପାୱାର ଭଲି ଅନେକ ସଂଗଠନ ଏହି ଦାବି ନେଇ ରେଳ ରୋକ ଆନ୍ଦୋଳନ କରିବା ସହ ଅନେକ ସମୟରେ ଦାବିପତ୍ର ମାଧ୍ୟମରେ ରେଳ ବିଭାଗର ଉଚ୍ଚ କତୃପକ୍ଷଙ୍କୁ ଜଣାଇଥିଲେ । ତେବେ ଏହା ଜନସାଧାରଣଙ୍କ ବିଜୟ , ମୁଁ ଭୁବନେଶ୍ୱର ଯାଉଥିବା ସମୟରେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ଇସ୍ପାତ ଏକ୍ସପ୍ରେସ କେମିତି କଂଟାବାଞ୍ଜି ରୁ ଚାଲିବ ସେ ନେଇ ଦାବି କରିଥିଲି ଆଜି ଏହି ଦାବି ପୁରଣ ହୋଇଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଥିଲେ ବିଧାୟକ ଶ୍ରୀ ସାଲୁଜା । ଏହି ଅବସରରେ ବିଧାୟକ ଶ୍ରୀ ସାଲୁଜା କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଥିବା ପୁର୍ବତନ ବିଧାୟକ ଆୟୁବ ଖାଁଙ୍କ ପ୍ରଂଶସା କରିଥିଲେ । କଂଟାବାଞ୍ଜିରେ ରେଳ ବିଭାଗର ଉନ୍ନତି ମୁଲକା କାମ ଯଦି ହେଇଚି ତେବେ ତାହା ପୁର୍ବତନ ବିଧାୟକଙ୍କ ଅବଦାନ । ସେ ସବୁ ସମୟରେ କଂଟାବାଞ୍ଜି ରେଳ ଷ୍ଟେଶନର ବିକାଶ କେମିତି ହେବ ସେନେଇ କାମ କରିଛନ୍ତି ବୋଲି ନିଜ ବ୍ୟକ୍ତବରେ କହିଥିଲେ । ସାଂସଦ, ବିଧାୟକ ସବୁଜ ପତକା ଦେଖାଇ ଟ୍ରେନ ଆଗକୁ ଗଡିବାକୁ ଗ୍ରୀ ସିଂନାଲ ଦେଇଥିଲେ । ବିଧିବଦ୍ଧ ଭାବେ ସାଂସଦ, ବିଧାୟକ ଇସ୍ପାତ ଏକ୍ସପ୍ରେସ ଗାଡି କଂଟାବାଞ୍ଜିରୁ ଗଡିବା ପାଇଁ ଶୁଭାରମ୍ଭ କରିଥିଲେ । ଇସ୍ପାତ ଏକ୍ସପ୍ରେସ ସପ୍ତାହକୁ ୪ ଦିନ ଅର୍ଥାତ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଚାଲିବ । ଏହା ସହ ଏଫ ଓ ବି, ଏବଂ କୋଚ ଇଣ୍ଡିକେଟର ର ଉଦଘାଟନ କରା ଯାଇଥିଲା ତେବେ ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନିୟ ଏନଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା, ବିଜେପି ଜିଲ୍ଲା ସଭାପତି ଶିବାଜି ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ, ଡ଼ି ଆର ୟୁ ସି ସି ସଦସ୍ୟ ରାଜେଶ ଅଗ୍ରୱାଲ, ପ୍ରେସ କ୍ଲବ, ରାଇଟ ଟୁ ଫାଇଟ ସହ ବିଭିନ୍ନ ସଂଗଠନ ସଦସ୍ୟା, ମାନ୍ୟଗଣ୍ୟ ବକ୍ତି, ମହିଲା ସ୍ୱଂୟ ସହାୟକ ଗୋଷ୍ଠିର ସଦସ୍ୟା, ରେଳୱେର ବରିଷ୍ଠ ଅଧିକାରି ପ୍ରମୁଖ ଉପସ୍ଥିତ ଥିବା ବେଲେ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି, ଟାଉନ ପୋଲିସ, ଆରପିଏଫ, ଜିଆରପିର ପୋଲିସ ମୃତୟନ ହୋଇଥିଲେ ।

Post a Comment

Previous Post Next Post