ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବସ୍ତା ବ୍ଲକ ନଟାକଟା ପଞ୍ଚାୟତ ଚାଷିପଡା କାଶୀସ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ମଣ୍ଡଳ ଙ୍କ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନ ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ କୁମାର ବାରିକ ଅଧକ୍ଷତା କରିଥିବା ବେଳେ, ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅଵସର ପ୍ରାପ୍ତ ଶିକ୍ଷକ ଅର୍ଜୁନ ପାତ୍ର, ଲଷ୍ମଣ ପାତ୍ର,ବେଣୁଧର ସାହୁ, ସୁରେନ୍ଦ୍ର ପାତ୍ର,ବିଜୟ ବେହେରା, ଡ଼- ହୃଷିକେଶ ମଣ୍ଡଳ, ଭୁବନ ରଣା, ବସନ୍ତ ପୁର ଆଞ୍ଚଳିକ ସାଧନା କେନ୍ଦ୍ରର ସିଆରସିସି ଉମେଶ ଚନ୍ଦ୍ର ବାଡ଼ି, ଚାଷିପଡା ପ୍ରାଥମିକ ଆ ପ୍ରଧାନ ଶିକ୍ଷକ ସୁନୀଲ ମାରାଣ୍ଡି , ପଙ୍କଜ ଗିରି, ହଦମୌଦ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଦାସ ,ସରୋଜ ଗିରି,ସଂଯୁକ୍ତ ସାହୁ,ପଣିସା ପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରହରି ସାହୁ ପ୍ରମୁଖ ଯୋଗ ଦେଇ, ଶିକ୍ଷା କ୍ଷେତ୍ରରେ ଅଵସର ପ୍ରାପ୍ତ ଶିକ୍ଷକ ବଂଶୀଧର ମଣ୍ଡଳଙ୍କ ଅବଦାନ, ଶିକ୍ଷା ଶୈଳୀ, ଦୃଢ଼ ମନୋବଳ ପାଇଁ ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ଆଦୃତ ହୋଇ ପାରିଛନ୍ତି।ବିଦ୍ୟାଳୟର ପରିଚାଳନା କମିଟିର ବର୍ତ୍ତମାନର ସଭାଦକ୍ଷ ହରିହର ପାତ୍ର ସମେତ ସମସ୍ତ ସଦସ୍ୟ ତଥା ପୂର୍ବତନ ଏସ ଏମ ସି ର ସଭାପତି ମାନସ ରଞ୍ଜନ ସାହୁ,ଏସ ଏସ ଜିର ସମସ୍ତ ସଦସ୍ୟା ସରପଞ୍ଚ ପ୍ରତିନିଧି ଶମ୍ଭୁନାଥ ସେଠୀ,ସମିତିସଭ୍ୟା ପ୍ରତିନିଧି ଗଣେଶ ଚଣ୍ଡ,ୱାର୍ଡ ସଭ୍ୟ ପ୍ରତିନିଧି ଅରୁଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ପରେ ବିଦ୍ୟାଳୟ ପକ୍ଷରୁ ବିଦାୟୀ ଶିକ୍ଷକଙ୍କୁ ମାନ ପାତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟରୁ ହୋଇଥିବା ଶିକ୍ଷକ ରାମ ଚନ୍ଦ୍ର ସିଂ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଭବାନୀ ଶଙ୍କର ନାୟକ,ରାଜେଶ କୁମାର ଦାସ, ପାର୍ବତୀ ସାହୁ, ସୁଧାରାଣୀ ସିଟ ଙ୍କ ସହଯୋଗରେ ସଭାକାର୍ଯ୍ୟ ସମାପନ ହୋଇଥିଲା।
ପ୍ରଧାନ ଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା
ଆଜତକ ଓଡ଼ିଶା
0
Post a Comment