ଦ୍ୱିତୀୟ ମା ଭୈରବୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ମିନି ଷ୍ଟାଡିୟମ ରେ ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀ ଙ୍କ ନାମରେ ହେଉଥିବା ମା ଭୈରବୀ ମହୋତ୍ସବ ଅନୁଷ୍ଠିତ କରାଯିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି! ଗତ ଦୁଇ ବର୍ଷ ଧରି କରୋନା କାରଣ ରୂ ବନ୍ଦ ହୋଇଥିବା ମହୋତ୍ସବ ଚଳିତ ବର୍ଷ ମା ଙ୍କ ମହା ଯାତ୍ରା ଓ ପଲିଶ୍ରୀ ମେଳା କୁ ଅଧିକ ସଫଳ କରାଯିବା ନେଇ ରବିବାର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ମା ଭୈରବୀ ମନ୍ଦିର ପରିଚାଳନା କମିଟି ର ସଭାପତି ସୁରେନ କୁମାର ପ୍ରଧାନ ଙ୍କ ଅଧକ୍ଷତା ରେ ଏ
ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା! ପ୍ରଥମ ମହୋତ୍ସବ ର ଆୟ ବ୍ୟୟ ସମ୍ପର୍କ ରେ ଆଲୋଚନା ପରେ ମହୋତ୍ସବ କମିଟି ର କର୍ମକର୍ତା ମନୋନୟନ ହୋଇଥିଲା ଚଳିତ ବର୍ଷ ଦ୍ୱିତୀୟ ମା ଭୈରବୀ ମହୋତ୍ସବ ପାଇଁ ଅଶୋକ କୁମାର ଅଗ୍ରୱାଲ ଙ୍କୁ ସଭାପତି ପୁରୁଣାକଟକ ସରପଞ୍ଚ ଅଶୋକ କୁମାର ସେଠୀ ଙ୍କୁ ସାଧାରଣ ସମ୍ପାଦକ ସୁକାନ୍ତ ପଟନାୟକ ଙ୍କୁ ଆବାହକ ଅକ୍ରୁର ସେଠୀ ଙ୍କୁ ଉପ ସଭାପତି,ବିଜୟ କୁମାର କହଁର ଙ୍କୁ ସହ ସମ୍ପାଦକ,ବାଲକୃଷ୍ଣ ନାୟକ ଙ୍କୁ କୋଷାଧକ୍ଷ,ଭାବେ ସର୍ବସମତି କ୍ରମେ ମନୋନୀତ କରାଯାଇଥିଲା!ସେହିପରି ରମେଶ ଚନ୍ଦ୍ର ତାରିଣୀଆ, ବିଭୁଦତ୍ତ ବୋଷ, ରବିଚନ୍ଦ୍ର ପ୍ରଧାନ, ଅମୁଲ୍ୟ ମିଶ୍ର, ଶୁଭ୍ରଜିତ ପ୍ରଧାନ,ସତ୍ୟ ନାୟକ, ଟୁଲୁ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ! ଅକ୍ଟୋବର ଶେଷ କିମ୍ବା ନଭେମ୍ବର ପ୍ରଥମ ସପ୍ତାହ ରେ ମହୋତ୍ସବ ର ଆୟୋଜନ ପାଇଁ ସ୍ଥିର କରାଯାଇଥିଲା ବୈଠକରେ ୪୦ ରୂ ଉର୍ଦ୍ଧ ସଦସ୍ୟ ଉପସ୍ଥିତ ଥିଲେ!

Post a Comment

Previous Post Next Post