ନ୍ୟାୟ ପାଇବାରୁ ବଞ୍ଚିତ ଭିନ୍ନକ୍ଷମ ଅମିତ , ରାଷ୍ଟ୍ରପତି ଙ୍କୁ ମାଙ୍ଗିଲେ ଇଛା ମୁର୍ତ୍ୟୁ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : କଣ୍ଟାବାଞ୍ଜି ମେନରୋଡ଼ ନିବାସୀ ଅମିତ ଜୈନ ବୟସ ୩୭ ବିଗତ ୨୦୦୯ ଗୋଟିଏ ଗାଡ଼ି ଦୁର୍ଘଟଣା ରେ ତାଙ୍କ ଗୋଡ଼ ଆଉ କାମ ଦେଉ ନାହିଁ । ଏହା ସହ ତାଙ୍କ ଗୋଟିଏ ହାଥ ମଧ୍ୟ କାମ ଦେଉ ନାହିଁ। ସରକାରୀ ହିସାବରେ ୧୦୦ % ପ୍ରତିଶତ ଭିନ୍ନକ୍ଷମ ହୋଇ ଜୀବନ ବିତାଉଛନ୍ତି। ୨୦୧୧ରେ କର୍କଟ ରୋଗ ରେ ଆକ୍ରାନ୍ତ ହୋଇ ତାଙ୍କ ବାପାଙ୍କ ମୁର୍ତ୍ୟୁ ହୋଇଥିଲା ମା ଙ୍କ ବୟସ ବେସି ଏବଂ ନାନା ରୋଗ ରହିଛି। ବଡ଼ ଭାଇ ଗୋଟିଏ ଅଛନ୍ତି ତାଙ୍କ ନାଁ ହେଉଛି ସେଲେନ୍ଦ ଜୈନ ସେ ଅମିତ ର ଏବଂ ମା ଙ୍କ ଓୌଷଧ ପତ୍ର ଏବଂ ସମସ୍ତ ଖର୍ଚ୍ଚ ବୁଝୁଛନ୍ତି। ହେଲେ ପ୍ରକୃତି ଏହି ପରିବାର ଙ୍କ ସାଙ୍ଗ ରେ ଆଉ ପ୍ରକୋପ ପଡ଼ିଛି ଅମିତ ଙ୍କ ବଡ଼ ଭାଇ ସେଲେନ୍ଦ ଜୈନ ଙ୍କୁ ମଧ୍ୟ ହୋଇଛି ରକ୍ତ କର୍କଟ ରୋଗ ବର୍ତ୍ତମାନ ସେଲେନ୍ଦ ଙ୍କ ପରିବାର ଭାଙ୍ଗି ପଡିଛନ୍ତି। ପୂର୍ବରୁ ପୁରା ପରିବାର ଙ୍କୁ ସାମ୍ଭାଳୁଥିବା ସେଲେଶ ବର୍ତ୍ତମାନ ଆର୍ଥିକ ରୂପେ ଭାଙ୍ଗି ଯାଇଛନ୍ତି। ପରିବାର ପୋଷକ କଷ୍ଟକର ହୋଇଛି, ଅନ୍ୟପକ୍ଷରେ ଅମିତ ଜୈନ ଭାଙ୍ଗି ପଡିଛନ୍ତି , ତାର ମୁଖ୍ୟକାରଣ ହୋଇଛି ଅର୍ଥ ଅଭାବ ଅନ୍ୟପଟେ ତାଙ୍କର ପେଟରୁକ ସମ୍ପ୍ରତି କୁ ଜବରଦଖଲ କରିଛନ୍ତି। କିଛି ପ୍ରଭାବଶାଳୀ ଜମି ମାଫିଆ ମାନେ, ବିଗତ ୨୦୧୭ ଦୀର୍ଘ ୫ ବର୍ଷ ହେଲାଣି ତହସିଲଦାର, ଥାନାଧିକାରୀ ,ଜିଲ୍ଲାପାଳ, ପ୍ରଧାନମନ୍ତ୍ରୀ ଙ୍କ ନିକଟରେ ମଧ୍ୟ ଗୁହାରୀ କରି ସାରିଲେଣି ଅମିତ ହେଲେ ଆଜି ଯାଏଁ ନ୍ୟାୟ ମିଳି ପାରିଲାନି ଅମିତ କୁ ସେ ବାରମ୍ବାର ଅଭିଯୋଗ ଚିଠି ଲେଖିଲେ ମଧ୍ୟ କୋଣସି ସୁଫଳ ପାଇ ନାହିଁ ବିଗତ ଜାନୁୟାରୀ ୨୪ ତାରିଖ ଯ୩୦୨୨କୁ ଅମିତ ଜୈନ କଣ୍ଟାବାଞ୍ଜି ଥାନା ରେ ଲିଖିତ ଅଭିଯୋଗ କରିଥିଲେ ନ୍ୟାୟ ପାଇଁ ଲିଖିତ ଗୁହାରୀ କରିଥିଲେ ନିଜର ବିକଳାଙ୍ଗ ଅବସ୍ଥା ସମ୍ପର୍କରେ ମଧ୍ୟ ଜଣାଇଥିଲେ ଓ କହିଥିଲେ ତାଙ୍କର ଜମି ରେ କିଛି ନିର୍ମାଣ କରିବା ପାଇଁ ଯାଉ ଥିଲେ ହେଲେ କିଛି ଭୁ ମାଫିଆ ମାନେ ତାଙ୍କୁ ହଇରାଣ କରୁଛନ୍ତି କାମ କରିବା କୁ ଦେଉନାହାନ୍ତି। ପୁଲିସ ଉକ୍ତ ଅଭିଯୋଗ କୁ ଏତେ ଗମ୍ଭୀର ଭାବେ ନେଲାଣି ଏବଂ ଏ ସମ୍ପର୍କରେ ତହସିଲଦାର ଙ୍କୁ ୨୪/୧/୨୦୨୨ ଦିନ ଜମି ମାପ କରିବା ପାଇଁ ଅନୁରୋଧ ପତ୍ର କରିଛନ୍ତି। ହେଲେ ଏତେ ସମ୍ବେଦନଶୀଳ ମାମଲା ହେଲେ ମଧ୍ୟ ୩ ମାସ ହେବା କୁ ଯାଉଛି ତହସିଲ କତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏପରି ଥାନା ଏବଂ ତହସିଲ ଯାଇ ଭାଙ୍ଗି ପଢିଲେନି ଭିନ୍ନକ୍ଷମ ଅମିତ ଦୀର୍ଘ 5 ବର୍ଷ ର ସଙ୍ଘର୍ଷ ପରେ ମଧ୍ୟ ନ୍ୟାୟ ନାହିଁ, ଭିନ୍ନକ୍ଷମ ର କଥା କେହି ଶୁଣୁ ନାହାନ୍ତି। ଅର୍ଥ ଅଭାବ ରହିଛି, ଚିକିତ୍ସା ଠିକ ଭାବେ କରାଇ ପାରୁ ନାହାଁନ୍ତି। ସେଥିପାଇଁ ଅସହାୟ ହୋଇ ରାଷ୍ଟ୍ରପତି ଙ୍କ ନିକଟରେ ଇଚ୍ଛା ମୂର୍ତ୍ୟୁ ମାଙ୍ଗିଛନ୍ତି ଭିନ୍ନକ୍ଷମ ଅମିତ ଜୈନ ଯାହାକି ଅଞ୍ଚଳ ରେ ଚହଳ ପଢ଼ିଛି। ଅମିତ ଜୈନ ନିଜର ପ୍ରତିକ୍ରିୟା ରେ କହିଛନ୍ତି ଯେ ଆଜି ମଧ୍ୟ ଦେଶରେ ନ୍ୟାୟ ସମସ୍ତ ଲୋକଙ୍କୁ ମିଳିବାର ମୁସ୍କିଲ ରହିଛି। ପ୍ରଭାବଶାଳୀ ଲୋକଙ୍କ ହାଥରେ ରହିଛି ଶାସନ ଏବଂ ପ୍ରଶାସନ ମୁଁ ବିକଳାଙ୍ଗ ହୋଇ ୫ ବର୍ଷ ହେଲାଣି ନ୍ୟାୟ ଓ ନିଜର ହକ ପାଇଁ ସମସ୍ତ ଙ୍କ ପାଖରେ ଗୁହାରୀ କରିଲି କିନ୍ତୁ କିଛି ଲାଭ ହେଲାଣି ସେଥିପାଇଁ ମୁଁ ବାଧ ହୋଇ ଚାହୁଁଛି ଇଚ୍ଛା ମୂର୍ତ୍ୟୁ, ସେଥିପାଇଁ ରାଷ୍ଟ୍ରପତି ଙ୍କୁ ନିକଟରେ ପୂର୍ବରୁ ଥରେ ଚିଠି ଲେଖିଥିଲି ବର୍ତ୍ତମାନ ପୁଣି ଲେଖିବି ରାଷ୍ଟ୍ରପତି ଙ୍କୁ ଲେଖିବି ମୁଁ ଆଉ ବଞ୍ଚିବା କୁ ଚାହୁଁନାହିଁ। ଏଠି ନ୍ୟାୟ ମିଳୁ ନାହିଁ ସେଥିପାଇଁ ମୋତେ ଇଚ୍ଛା ମୁର୍ତ୍ୟୁ ପାଇଁ ଅନୁମତି ଦିଆଯାଉ କୁମ୍ଭୀର ନିନ୍ଦା ରେ ସୋଇଛି ଜିଲ୍ଲା ପ୍ରଶାସନ ଏବଂ କଣ୍ଟାବାଞ୍ଜି ପ୍ରଶାସନ ଓ ପୋଲିସ ପ୍ରଶାସନ ଜନସାଧାରଣ ଏହାକୁ ତୀବ୍ର ନିନ୍ଦା କରିଛନ୍ତି।

Post a Comment

Previous Post Next Post