ହରଭଙ୍ଗା କଲେଜ ରେ ବିଦାୟ ସମ୍ବର୍ଦ୍ଧନା


ହରଭଙ୍ଗା (ସୁଶାନ୍ତ କୁମାର ବେହେରା) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଙ୍କ ଆନୁକୂଲ୍ୟରେ ଅଧ୍ୟକ୍ଷ ପ୍ରିୟନାଥ ଶର୍ମା ଙ୍କ ଅଧ୍ୟକ୍ଷତାରେ +୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ବିଦାୟୀଙ୍କ ଉଦ୍ଧେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପୁରୁଣାକଟକ ଭୈରବୀ ଡ଼ିଗ୍ରୀ ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ମୁଖ୍ୟ ଡ଼କ୍ଟର ପ୍ରମୋଦ କୁମାର ମହାପାତ୍ର ଯୋଗ ଦେଇ ବିଦାୟୀ ଛାତ୍ର ଛାତ୍ରୀ ମାନେ କିଭଳି ଭାବେ ଭବିଷ୍ୟତ କୁ ଗଢିତୋଳିବେ ସେ ସମ୍ପର୍କରେ ଅବଗତ କରାଇଥିଲେ । ଅଧ୍ୟାପକ ହିମାଂଶୁ ଶେଖର ରାଉତ , ସୁଦାମ ଚରଣ ପୃଷ୍ଟି, ମନୋଜ କୁମାର ପ୍ରହରାଜଲଳିତ ମହାପାତ୍ର ଏବଂ ଅଧ୍ୟାପିକା ସସ୍ମିତା ହାଁସଦାପ୍ରମୁଖ ମଞ୍ଚାସୀନ ଥିଲେ । ଛାତ୍ରୀ ବିଜୁଳି ବେହେରା ସ୍ୱାଗତ ଭାଷଣ ଦେବା ସହ ସଭା ପରିଚାଳନା କରିଥିବା ବେଳେ ଛାତ୍ରୀ ଶିଳ୍ପାରାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ପୁରାତନ ଛାତ୍ର ସୁଧିର ଦୀପ ଙ୍କ ସଂଯୋଜନା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Post a Comment

Previous Post Next Post