ବରଯାତ୍ରୀ ଗାଡି ଦୁର୍ଘଟଣା ରେ ୨ମୃତ ୫ ଆହତ


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ବଡକର୍ଲେ କେନାଲ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ବୋଲେରୋ ଗାଡି ଗଛରେ ପିଟି ହେବା ଫଳରେ ଘଟଣା ସ୍ଥଳରେ ୨ମୃତ ଓ ୫ ଗୁରୁତର । ସମସ୍ତ ଗୁରୁତର ଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନା ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ବୁର୍ଲ୍ଲ। ବଡ଼ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି ।ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଗଣ୍ଠିଆପାଲି ଗାଁରୁ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଗାଁକୁ ବରଯାତ୍ରୀ ଆସିଥିଲେ । ଭୋଜି ଖାଇ ଫେରିବା ସମୟରେ ଦ୍ରୁତଗତିରେ ଅସୁଥିବା ବୋଲେରୋ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଛି । ମୃତକ ମାନେ ହେଲେ ମଳିପାଲୀ ଗାଁର ବିରଞ୍ଚି ମଲ୍ଲିକ ଓ ଗ୍ରିନ୍ଦୋଳ ଗାଁର ଜିତେନ୍ଦ୍ର ବାଗ ବୋଲି ଜଣା ପଡିଛି । ଘଟଣା ସ୍ଥଳରେ ରାମପୁର ପୋଲିସ ପହଂଚି ଅଧିକ ତଦନ୍ତ ଜାରିରଖିଛି ।

Post a Comment

Previous Post Next Post