ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ ଓ଼ ସାଂସଦ

 ପୂର୍ବାପେକ୍ଷା ମିଳିଲା ଅଧିକ ଜନ ସମର୍ଥନ
ଜିଲ୍ଲା ପରିଷଦ ନିର୍ବାଚନ ରେ ବିଜେଡି ର ବାଜିମାତ


ବୌଦ୍ଧ,(ହୃଦାନନ୍ଦ ମେହେର/ସୁଶାନ୍ତ କୁମାର ବେହେରା) ଗତ ପଂଚାୟତ ନିର୍ବାଚନ ଭଲି ଚଳିତ ବର୍ଷ ପଂଚାୟତ ନିର୍ବାଚନ ରେ ବୌଦ୍ଧ ଜିଲ୍ଲା ରେ ବାଜିମାତ କରିଛି ବିଜେଡି!ବୌଦ୍ଧ ଜିଲ୍ଲା ବିଜେଡି ର ଅଭେଦ୍ୟ ଦୁର୍ଗ ହୋଇରାହିଥିବା ପୁଣି ଚଳିତ ବର୍ଷ ପ୍ରମାଣିତ ହୋଇଛି!ବିଗତ ନିର୍ବାଚନ ତୁଳନାରେ ୨୦୨୨ନିର୍ବାଚନ ରେ ବିଜେଡି ପ୍ରାର୍ଥୀ ମନେ ଅଧିକ ଜନ ସମର୍ଥନ ପାଇ ଥିବାର ପ୍ରମାଣ ମିଳିଛି!ବୌଦ୍ଧ ଜିଲ୍ଲାର ୯ଟି ଜିଲ୍ଲାପରିଷଦ ଆସନ ରୁ ବିଜେଡି ପ୍ରାର୍ଥୀ ମାନେ ୭ଟି ଆସନ ରୁ ବିପୁଳ ପରିମାଣରେ ଭୋଟ ପାଇ ବିଜୟୀ ଲାଭ କରିଛନ୍ତି!ବିଜେପି ମାତ୍ର ୨ଟି ଆସନ ଅକ୍ତିଆର କରିଥିବା ବେଳେ ଜାତୀୟ କଂଗ୍ରେସ ବୌଦ୍ଧ ଜିଲ୍ଲା ରୁ ମୂଳପୋଛ ହୋଇଛି!ତେଣୁ ନିରଙ୍କୁଶ ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଭାବେ ବିର୍ବାଚିତ ହେବେ ବିଜେଡି ପ୍ରାର୍ଥୀ! ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ ୨ଜଣ ଆଶାୟୀ ଥିବାବେଳେ ସେମାନଙ୍କ ଭିତରୁ ଏହି ଦୌଡରେ ଆଗୁଆ ଅଛନ୍ତିହରଭଙ୍ଗା ବ୍ଲକ ୯ନଂ ଜୋନ ବିଜେଡି ପ୍ରାର୍ଥୀନୀ ପ୍ରଭାସିନୀ ଦାସ!ହେଲେ ଦଳ କାହାମୁଣ୍ଡରେ ସୁନାକଳସ ଢାଳିବ ତାହା ଦେଖିବାକୁ ବାକିରହିଲା!ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ସ୍ୱଛଳ ଭାବମୂର୍ତ୍ତି, ଲୋକାଭିମୁଖୀ ଜନକଲ୍ୟାଣ କାର୍ଯ୍ୟକ୍ରମ ଭୋଟର ମାନଙ୍କୁ ପ୍ରଭାବିତ କରିଛି ।


 ବୌଦ୍ଧ ଜିଲ୍ଲା ର ସାମୁହିକ ବିକାଶ ପାଇଁ ବିଜେଡି ଉପରେ ପୁନର୍ବାର ଦୃଢ଼ ଆସ୍ଥା ପ୍ରକାଶ କରିଛନ୍ତି ଜିଲ୍ଲା ବାସି । ବିଜେଡି ଦଳର ବିଜୟ ପାଇଁ ଜିଲ୍ଲା ର ବିଧାୟକ ଓ଼ ଦଳୀୟ ନେତୃବୃନ୍ଦ ଆପ୍ରାଣ ଉଦ୍ୟମ କରିଥିଲେ । ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା, ଫୁଲବାଣୀ ସାଂସଦ ଡ଼ଃ ଅଚ୍ୟୁତସମନ୍ତ ରାୟ ଓ ଦଳ ର ଜିଲ୍ଲା ପର୍ଯ୍ୟବେକ୍ଷକ ସ୍ଵଭାଗ୍ୟ କୁମାର ଦାସ ଦଳର ପ୍ରାର୍ଥୀ ମାନଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ରହିଛି । ବିଜେଡି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଙ୍କ ପ୍ରତି ବିପୁଳ ସମର୍ଥନ ଥିବାରୁ ବୌଦ୍ଧ ଜିଲ୍ଲା ବାସୀଙ୍କୁ ଧନ୍ୟବାଦ ଦେବା ସହ ଏହି ସମର୍ଥନ ଓ ଭଲ ପାଇବା ଅତୁଟ ରଖିବା ପାଇଁ ଅନୁରୋଧ କରିଛନ୍ତି ।

Post a Comment

Previous Post Next Post