ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଲକ୍ଷ୍ମଣପୁର ଗ୍ରାମ ରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଡେନିଗଡ଼ ପଞ୍ଚାୟତ ସୂର୍ତ୍ତାଗଣ୍ଡା ଗ୍ରାମର ମାନସୀ ସାହୁ(୨୫) ଲକ୍ଷ୍ମଣପୁର ଗ୍ରାମର ବୃନ୍ଦାବନ ଙ୍କୁ ଵିଵାହ କରିଥିଲେ । ଦୁଇଦିନ ତଳେ ମାନସୀ ଙ୍କ ବାପା ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀ ବାପା ଙ୍କୁ ଦେଖିବା ପାଇଁ ଫୁଲବାଣୀ ମେଡ଼ିକାଲ ଯାଇ ଘରକୁ ଫେରିଥିଲେ । କିନ୍ତୁ ସେହି ରାତି ମାନସୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ମାନସୀଙ୍କ ପରିବାର ଲୋକ ସନ୍ଦେହ କରି ବୃନ୍ଦାବନ ପରିବାର ଙ୍କ ନାମରେ ପୁରୁଣା କଟକ ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଏପଟେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିବା ସହ ସ୍ୱାମୀ ବୃନ୍ଦାବନ ଙ୍କୁ ଅଟକ ରଖି ପଚାର ଉଚରା ଜାରି ରଖିଥିବା ସୂଚନାମିଳିଛି । ଏପଟେ ମହିଳାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ ର ସତ୍ୟାସତ୍ୟ କଥା ପଦାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଲକ୍ଷ୍ମଣପୁର ଗ୍ରାମରେ ପତ୍ନୀ ଙ୍କ ସନ୍ଦେହ ଜନକ ମୃତ୍ୟୁ, ସ୍ୱାମୀ ଙ୍କୁ ଥାନା ରେ ଅଟକ ରଖି ପୋଲିସ ର ଜେରା
ଆଜତକ ଓଡ଼ିଶା
0
Post a Comment