ବିଭିନ୍ନ ସ୍ଥାନ ରେ ବସ୍ତା ଅବକାରୀ ବିଭାଗର ଚଢାଉ:୩ ଗିରଫ


ବସ୍ତା,(ପ୍ରଭାକର ମଲ୍ଲିକ) ଘଟଣାରୁ ପ୍ରକାଶ ଗତ କାଲି ବିଳମ୍ବିତ ରାତିରେ ଅବକାରୀ ଉପାୟନ୍ତ ଅଶୋକ ଶତପଥୀ ଙ୍କ ନିର୍ଦେଶ କ୍ରମେ ଅବକାରୀ ସୁପରିଟେଣ୍ଟ ସୁଶାନ୍ତ ପାଢ଼ୀଙ୍କ ତତ୍ୱାବଧାନ ରେ ବସ୍ତା ଅବକାରୀ ଅଧିକାରୀ କୁଳମଣି ମହାରଣା, ଜିଲ୍ଲା ମୋବାଇଲ ସ୍କ୍ୱାଡ଼ ମହାନନ୍ଦୀ ବାବୁ ନେତୃତ୍ୱରେ ବସ୍ତା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଚଢ଼ାଉ କରି ନଟାକଟା ପଞ୍ଚାୟତର ନରଣପୁର ଗ୍ରାମର ଗୁରୁବାରୀ ସିଂ ଙ୍କ ଠାରୁ ୩୦ ଲିଟର ଓ ସେହିପରି  ଭାନ୍ଦିପୁର ଗ୍ରାମର ଗଣେଶ ବେଶ୍ରା ଠାରୁ ୫୦ ଲିଟର ଓ ସିଂଲା ଥାନା ଅନ୍ତର୍ଗତ ମସଦା ଗ୍ରାମର କଲିରଧିନ ଠାରୁ ୨୫ ଲିଟର ଦେଶୀ ମଦ ଜବତ କରି ଅବକାରୀ ଥାନା କେସ ନମ୍ବର ୧୧୨,୧୧୭ ଓ ୧୮, ୨୧/୨୨  ପୃଥକ ପୃଥକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପ୍ରକାଶ କରିଛନ୍ତି।
 
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।

Post a Comment

Previous Post Next Post