ବସ୍ତା ବ୍ଲକ ଅଧକ୍ଷ ନାମ ଘୋଷଣା କଲା ବିଜେଡ଼ି


ବସ୍ତା,(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା,ବସ୍ତା ବ୍ଲକର ଅଧକ୍ଷ ପଦ ପାଇଁ ନାମ ଘୋଷଣା କଲା ବସ୍ତା ବିଜେଡି।ବସ୍ତା ବ୍ଲକର ଅଧକ୍ଷ ପଦ ପାଇଁ ୧୨ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଚଳିତ ନିର୍ବାଚନରେ ନିର୍ବାଚିତ ହୋଇଥିବା ଅଞ୍ଜନା ଦାସଙ୍କ ନାମ ବସ୍ତା ବ୍ଲକ ବିଜେଡି ସଭାପତି ଅନିଲ କୁମାର ମହାନ୍ତି ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି।ସୂଚନା ଥାଉକି ଯେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଭାବେ ଶ୍ରୀମତୀ ଅଞ୍ଜନା ଦାସ ଥିଲେ।ତେବେ ବସ୍ତା ବ୍ଲକର ୩୧ ଟି ପଞ୍ଚାୟତକୁ ନେଇ ଗଠିତ।ଚଳିତ ନିର୍ବାଚନରେ ବିଜେଡି ୩୧ ସମିତି ସଭ୍ୟ/ସଭ୍ୟା ପଦରୁ ବିଜେଡି ୨୫ ସମିତି ସଭ୍ୟ ପଦ ଦଖଲ କରିଥିବା ବେଳେ ବିଜେପି ୩ ଟି ଓ କଂଗ୍ରେସ ୨ ଟି ସମିତି ସଭ୍ୟା ପଦ ଦଖଲ କରିଛନ୍ତି।ଶ୍ରୀମତୀ ଅଞ୍ଜନା ଦାସଙ୍କ ନାମ ଘୋଷଣା ହେବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ବେଶ ଖୁସି ଥିବା ଦେଖିବାକୁ ମିଳିଛି।
 ବସ୍ତା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।

Post a Comment

Previous Post Next Post