ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧ ପାଲଝାର ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଜଲୀ ଟୋମି ଓ ଅନ୍ୟ ଶିକ୍ଷୟିତ୍ରୀ ତଥା ମହିଳା କର୍ମୀ ଙ୍କୁ ପ୍ରାତଃ କାଳୀନ ପ୍ରାର୍ଥନା ସଭାରେ ଛାତ୍ର ଛାତ୍ରୀ ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ବେଖ୍ୱାବ ଆଜାଦ ହେ ସଂଗୀତ ଗାନ କରାଯାଇଥିଲା । ବିଦ୍ୟାଳୟ ର କଳା ଶିକ୍ଷକ ଶ୍ରୀଯୁକ୍ତ ଅଲେଖ ତ୍ରିପାଠୀ ଙ୍କ ନିର୍ଦ୍ଧେଶନା ରେ ଛାତ୍ରୀ ମାନେ ବର୍ଜ୍ୟବସ୍ତୁ କୁ ବ୍ୟବହାର କରି ସୁନ୍ଦର ସୁନ୍ଦର ସାଜ ସଜ୍ଜା ଉପକରଣ ପ୍ରସ୍ତୁତ କରିଥିଲେ । ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ର ପରିଚାଳିକା ସୁଶ୍ରୀ ଲୀନା ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସାନ୍ଧ୍ୟ କାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷା ମୁଖ୍ୟ ଅତିଥି ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସଂଗେ ସଂଗେ ବିଦ୍ୟାଳୟ ରେ ଉପସ୍ଥିତ ସମସ୍ତ ମହିଳା ମାନଙ୍କୁ ସ୍ୱାଗତ କରିଥିଲେ । ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମୁଖ୍ୟ ଅତିଥି , ଛାତ୍ରୀ ଓ ମହିଳା ମାନଙ୍କ ଉଦ୍ଦେଶ୍ୟ ରେ ସୁନ୍ଦର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମଞ୍ଚ ପରିଚାଳନା ଦିଲ୍ଲୀପ କୁମାର ବଡତ୍ୟା କରିଥିବା ବେଳେ ଭାଇସ ପ୍ରିନ୍ସପାଲ ଶ୍ରୀ ସୁରେଶ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା
Post a Comment