ସୁବର୍ଣ୍ଣପୁର (ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବନାଂଚଳ ଅର୍ନ୍ତଗତ ନାରାୟଣପୁର ଫରେଷ୍ଟ ବିଟ ବାଦିଖୋଲ ଜଙ୍ଗଲ ରେ ଏକଦନ୍ତା ହାତୀ ମୃତ । ଜଙ୍ଗଲ ନିକଟସ୍ଥ ଏକ ବିଲରୁ ହାତୀର ମୃତ ଦେହ ଉଦ୍ଧାର କରିଛି ବନ ବିଭାଗ ।ହାତୀ ମୃତ୍ୟୁ ର କାରଣ ବିଷକ୍ରିୟା ବୋଲି ଅନୁମାନ କାରାଯାଉଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ବନ ବିଭାଗର ପକ୍ଷରୁ କୁହାଯାଇଛି । ମୃତ ହାତୀର ବୟସ ୫ରୁ ୬ ବର୍ଷ ହେବ । କିଛି ଦିନ ହେଲା ହାତୀଟି ହାତୀ ପଲ ରୁ ଅଲଗା ହୋଇଯାଇଥିଲା । ଆଜି ସ୍ଥାନୀୟ କିଛି ଲୋକ ହାତୀ ଟି ମୃତ ପଡିଥିବା ଦେଖି ବନ ବିଭାଗ କୁ ଖବର ଦେଇଥିଲେ ।ବନ ବିଭାଗ ଏବଂ ପ୍ରାଣୀ ଚିକିତ୍ସା ବିଭାଗ ର ଏକ ଟିମ ପହଂଚି ହାତୀର ବ୍ୟବଚ୍ଛେଦ କରିଥିବା ସୂଚନା ମିଳିଛି।
ବାଦି ଖୋଲ ଜଙ୍ଗଲରେ ହାତି ଶାବକର ମୃତ୍ୟୁ
ଆଜତକ ଓଡ଼ିଶା
0
Post a Comment