ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ସଦର ସୁବର୍ଣ୍ଣପୁର ସହରର କୁଷ୍ଟା ସମାଜର ଶ୍ରଦ୍ଧାଳୁ ମାନେ ମହାନଦୀରୁ ପବିତ୍ର ଜଳ ସଂଗ୍ରହ କରି ଶିତଳା ମାଁଙ୍କ ଠାରେ ଅର୍ପଣ କରିଛନ୍ତି ।ଏହି ପୂଜାରେ ବୃକ୍ଷ ଆରାଧନା ଓ ଜଳ ଆରାଧନାର ପରଂପରା ରହିଛି ।ପ୍ରତିବର୍ଷ ଉଭୟ ଆଶ୍ବୀନ ଓ ଫାଲଗୁନ ମାସରେ ଦେବୀଙ୍କ ପାଖରେ ଶିତଳା ପୂଜା କରାଯାଇଥାଏ ।ତେବେ ରାଜା ବୀରମିତ୍ରଦୋୟ ସିଂହ ଦେବଙ୍କ ଶାସନ କାଳରୁପ୍ରାୟ ଶତାଧିକ ବର୍ଷ ପୂର୍ବରୁ ଏହି ପୂଜାର ଆରମ୍ଭ ହୋଇଥିଲା ।ଏହି ପୂଜାରେ ପ୍ରଚଣ୍ଡ ରୌଦ୍ର ତାପରୁ ସମସ୍ତ ଜୀବଜଗତକୁ ଉଦ୍ଧାର କରିବା ସହିତ ବିଭିନ୍ନ ପ୍ରକାର ଭୁତାଣୁ ଜନିତ ରୋଗର ସୁରକ୍ଷା ଦେବାକୁ ମାଙ୍କ ଠାରେ ଶ୍ରଦ୍ଧାଳୁମାନେ ଆରାଧନା କରିଥାନ୍ତି ।ପ୍ରକୃତିର କୋପକୁ ଶାନ୍ତ କରିବା ସହିତ ସୂର୍ଯ୍ୟ ଦେବଙ୍କୁ ଶାନ୍ତ କରିବା ପାଇଁ ଏହି ପୂଜାର ଆୟୋଜନ କରାଯାଇ ଆସୁଛି । ତେବେ ଅଂଶୁଘାତର ମୁକାବିଲା କରିବା ସହିତ ପ୍ରତିଟି ଜୀବକୁ ରକ୍ଷା କରିବା ପାଇଁ ମାଙ୍କ ଠାରେ ମହାନଦୀର ପବିତ୍ର ଜଳ ଲାଗି କରିବାର ପରଂପରା ଆଜି ବି ଅତୁଟ ରହିଛି । ଏହିପରମ୍ପରାରେ ଦିନବେଳା ପ୍ରଚଣ୍ଡ ରୌଦ୍ରତାପରେ ଏକ ବଡ ଲିମ୍ବଗଛର ଡାଳକୁ ଶ୍ରଦ୍ଧାଳୁମାନେ ରାସ୍ତାରେ ଟାଣିନେଉଥିବା ବେଳେ ଏକବିରାଟ ଶୋଭାଯାତ୍ରାରେ ବାହାରି ଘଣ୍ଟଶଙ୍ଖ ଧ୍ବନୀରେ ଲିମ୍ବ ଡାଳଉପରେ କଳସରେ ପବିତ୍ର ମହାନଦୀ ଜଳଢାଳି ଶିତଳ କରି ମାଁଶିତଳାଙ୍କୁ ଆବାହନ କରିଥାନ୍ତି ା ପରେ ମାଁ ଶିତଳାଙ୍କ ମନ୍ଦିରକୁ ଯାଇ ପୁଜା ଆରଧନା କରିଥାନ୍ତି ା ସୁବର୍ଣ୍ଣପୁର ର ଏହିନିଆରା ପରମ୍ପରା ରେ ସାମିଲ ହୋଇ ମାଁଙ୍କ ବିଭୁକୃପା ଲାଭକରିବା ପାଇଁ ସହର ର ହଜାର ହଜାରଲୋକ ଏଥିରେ ସାମିଲ ହୋଇଥାନ୍ତି ା ଏହି କାର୍ଯ୍ୟକ୍ରମ ରେ କୁଷ୍ଟା ପଡ଼ାର ୟୁଧିଷ୍ଟିର ମେହେର, ଶେଷଦେବ ମେହେର , ଗୋପାଳ ମେହେର , ଭୁବନ ମେହେର,ଶରତ ମେହେର, ଲଳିତ ମେହେର,ନାରାୟଣ ମେହେର, ନବୀନ ମେହେର ଓ ଜିଲ୍ଲାର ଶତାଧିକ ଲୋକ ଓ ମହିଳା ଭାଗ ନେଇଥିଲେ ।
ସୁବର୍ଣ୍ଣପୁର ସହରର କୁଷ୍ଟା ପଡାର ଶିତଲେଇ ମନ୍ଦିରରେ ଶିତଳା ପୂଜା ଆରାଧନା ଆୟୋଜିତ ହୋଇ ଯାଇଛି
ଆଜତକ ଓଡ଼ିଶା
0
Post a Comment