ସ୍ୱଚ୍ଛତା ଏବଂ ପ୍ଳାଷ୍ଟିକ ବର୍ଜନ ସଂପର୍କରେ ସଚେତନତା ସଭା ଅନୁଷ୍ଠିତ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ସ୍ୱଚ୍ଛତା ଏବଂ ପ୍ଳାଷ୍ଟିକ ବର୍ଜନ ସଂପର୍କରେ ସଚେତନତା କରିବା ପାଇଁ ଗ୍ରାମୀଣଲୋକ ମାନଙ୍କୁ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କ୍ଷେତ୍ର ଜନସଂପର୍କ ବ୍ୟୁରୋ ଭବାନୀପାଟଣା ଆନୁକୂଲ୍ୟରେ ତୁରେକେଲା ବ୍ଳକର ଚଟୁଅନକା ଗ୍ରାମପଞ୍ଚାୟତରେ ଏକ ଆଲୋଚନା ଚକ୍ର ଏବଂ ଜନସଚେତନତା ସଭା ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗ୍ରାମବାସୀ ମାନଙ୍କ ଦ୍ୱାରା ସ୍ୱଚ୍ଛତା ସଂପର୍କିତ ଏକ ଶୋଭାଯାତ୍ରା ଚଟୁଅନକା ଗ୍ରାମ ପରିଭ୍ରମଣ କରିଥିଲେ।


କ୍ଷେତ୍ର ଜନ ସଂପର୍କ ବ୍ୟୁରୋର ଅଧିକାରୀ ଶ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କଣ୍ଟାବାଞ୍ଜିର ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଶୁଭ ଉଦଘାଟନ କରି ଗ୍ରାମବାସୀ ମାନଙ୍କୁ ପ୍ଳାଷ୍ଟିକ ବର୍ଜନ କରିବା ସହିତ ଏହାର ବିଷାକ୍ତ ରସାୟନିକ ପଦାର୍ଥ ବିଷୟରେ ଆଲୋକପାତ କରିଥିଲେ।ଅତିଥି ବକ୍ତା ଭାବରେ ବଲାଙ୍ଗୀର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଳ ପରିମଳ ପରାମର୍ଶ ଦାତା ଦୁଷ୍ମନ୍ତ ଚରଣ ସାହୁ, ୟୁନିସେଫର ପରାମର୍ଶ ଦାତା ଶ୍ରୀ ବିଜୟ କୁମାର ସାହୁ, ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ପ୍ରକୃତିବନ୍ଧୁ ବିରଂଚି ନାରାୟଣ ଦାଶ,ଚଟୁଅନକା ସରପଂଚ ଜ୍ଞାନ ରଞ୍ଜନ ତାଣ୍ଡି ପ୍ରମୁଖ ଯୋଗ ଦେଇ ପ୍ଳାଷ୍ଟିକ ଆବର୍ଜନା ଦ୍ୱାରା ଜୀବଜଗତ ଭୋଗୁଥିବା ବିଭିନ୍ନ ପ୍ରକାରର ସମସ୍ୟା, ଗ୍ଳୋଵାଲ ୱର୍ମିଂଗ,ବର୍ଜ୍ୟବସ୍ତୁର ପରିଚାଳନା, ତଥା ଏହି ଦିଗରେ ଜନସାଧାରଣ ପରିବେଶକୁ ପରିଛ୍ଛନ୍ନତା ରଖିବା ଦିଗରେ ସହଯୋଗ କରିବାକୁ ଆହ୍ବାନ କରିଥିଲେ।


ଉପସ୍ଥିତ ଗ୍ରାମବାସୀ ମାନଙ୍କ ଦ୍ବାରା ସ୍ୱଚ୍ଛତା ସଂପର୍କିତ ଶପଥ ପାଠ କରାଯାଇଥିଲା।କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଅତିଥି ମାନଙ୍କ ଦ୍ବାରା ପ୍ରଦାନ କରାଯିବା ସହିତ ସ୍ୱଚ୍ଛତା ସଂପର୍କିତ କୁଇଜ,ବକ୍ତୃତା, ଚିତ୍ରାଙ୍କନ ଓ ରଂଗୋଲି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଏବଂ ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଆଞ୍ଚଳିକ ଜନ ସଂପର୍କ କାର୍ଯ୍ୟାଳୟ ଭୁବନେଶ୍ୱର ତରଫରୁ ଆସିଥିବା କଳାକାର ମାନଙ୍କ ଦ୍ଵାରା ସୂଚନାଧର୍ମୀ ନାଚଗୀତ ପରିବେଷଣ କରାଯାଇଥିଲା।


ଏହି କାର୍ଯ୍ୟକ୍ରମ ରେ ମାୟାବିନୀ ଶଗ୍ରୀଆ, ପୁଷ୍ପା ସୁନା, ଯଶୋବନ୍ତ ଗହିର,ମମତା ପଣ୍ଡା, କିଶୋର ବରିହା,ଥମିର ଛତ୍ରିଆ, ଜବାହରଲାଲ ନେହେରୁ ଆଦିବାସୀ କ୍ଳବର ସଭାପତି ସହଦେଵ ମାଝୀ, ସଂପାଦକ ଜନକ ମାଝି, ମୁଖରାମ ମାଝୀ, ଉପ ସଭାପତି ବିଶିକେଷନ ମାଝୀ, ଗୋବିନ୍ଦ ମାଝୀ, ପ୍ରେମ ମାଝୀ, ତପନ ମାଝୀ, ଦଶରଥ ମାଝୀ, ନନ୍ଦ ମାଝୀ, ମୋତିରାମ ମାଝୀ, ପଦ୍ମନ ମାଝୀ, ଦେବଚନ ମାଝୀ, ସୁବାଷ ମାଝୀ, ଗୋପାଳ ମାଝୀ, ରାକେଶ ମାଝୀ, ହେମନ୍ତ ମାଝୀ, ଅଙ୍ଗନବାଡି କର୍ମୀ ସଂଗୀତା ବଏ,ବାସନ୍ତୀ ସୁନାନୀ ଆଦି ସହଯୋଗ କରିଥିଲେ।

Post a Comment

Previous Post Next Post