ଅବ୍ଯବସ୍ଥା ଘେରରେ ବସ୍ତା ଅବକାରୀ ବିଭାଗ।


ବସ୍ତା,(ପ୍ରଭାକର ମଲ୍ଲିକ)ସରକାର ସମସ୍ତ ବିଭାଗ ପ୍ରତି ଗୁରୁତ୍ବ ଦେଇଆସୁଥିବା ବେଳେ ବସ୍ତା ଅବକାରୀ ବିଭାଗ ପ୍ରତି ଅବହେଳା ନେଇ ଚର୍ଚ୍ଚା ଜୋର ଧରିଛି। ନଅ ଜଣ କର୍ମଚାରୀ ଙ୍କୁ ନେଇ ଅଫିସ ଚାଲିବାକୁ ଥିବା ବେଳେ କେବଳ ଦୁଇ ଜଣ କର୍ମଚାରୀ ଙ୍କ ଦ୍ଵାରା ଚାଲିଛି ଅଫିସ । ତେବେ ସାରା ଓଡ଼ିଶାରେ ମଦ ,ଗଞା, ପରେ ବ୍ରାଉନ ସୁଗାର ର ପେଣ୍ଠସ୍ଥଳୀ ପାଲଟିଥିବା ଜଳେଶ୍ଵର ର ସିମାନ୍ତ ତଥା ୬୦ ନମ୍ବର ଜାତୀୟ ରାଜପଥ ନିକଟରେ ଥିବାରୁ ସର୍ବଦା ଏଠାକାର ଅଧିକାରୀ ମାନଙ୍କୁ ଚ୍ୟାଲେଞ୍ଜ ର ସାମ୍ନା କରାଇବାକୁ ପଡ଼ିଥାଏ। ଦିନ ରାତି ସମାନ କରି ଏହି ଅଧିକାରୀ ମାନେ ନିଜର ଶକ୍ତି ସାମର୍ଥ୍ୟ ଖଟାଇ ବିଭାଗ ପ୍ରତି ଜତ୍ନଶୀଳ ହୋଇଥିବା ବେଳେ, ବିଭାଗ ପାଇଁ କାମ କରିବାକୁ ଯାଇ ନିଶା ମାଫିଆ ଙ୍କ ଆକ୍ରୋଶର ଶିକାର ହୋଇ ଥିବା ନଜିର ରହିଛି। ତେବେ ବିଭାଗ ର ଏପରି ବୈମାତୃକ ମନୋଭାବ ଯୋଗୁଁ ସାଧାରଣ ରେ ଚର୍ଚ୍ଚିତ ହେବାକୁ ପଡୁଛି। 
ନିଶା ସାମଗ୍ରୀ ଉପରୁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ପାଉଛନ୍ତି। ହେଲେ ବସ୍ତା ଅବକାରୀ ବିଭାଗର ଅପାରଗତା ନେଇ ଅନେକ ସମୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ସରକାର ନିଘୋଡ଼ ନିଦ୍ରାରେ ଶୋଇଛନ୍ତି । ଏଭଳି ଘଡ଼ି ସନ୍ଧି ମୂହୁର୍ତ୍ତ ସବୁ ସାମ୍ନା କରୁଥିବା ଅବକାରୀ ପୋଲିସ କିନ୍ତୁ ଗଭୀର ଅବସାଦ ମଧ୍ୟରେ ନିଜର କର୍ତ୍ତବ୍ୟ କୁ ପାଳନ କରିବାରେ କେବେ କୁଣ୍ଠାବୋଧ କରୁଥିବା ନଜିର ନାହିଁ। ହେଲେ ସରକାରଙ୍କ ଚରମ ଅବହେଳାର ଶିକାର ହେଉଛି ବିଭାଗ। ଆବଶ୍ୟକ ସଂଖ୍ୟକ ଅଧିକାରୀ ସହ ନିଜସ୍ଵ ଗାଡିଟିଏ ନଥିବା ରୁ କେତେବେଳେ ବାଇକ ତ କେତେବେଳେ ଭଡାଗାଡି ଉପରେ ନିର୍ଭର କରିଆସୁଛନ୍ତି, ବସ୍ତା ଅବକାରୀ ବିଭାଗ।ତେବେ କୋଟି କୋଟି ଟଙ୍କା ର ରାଜସ୍ବ ନେଇ ମଧ୍ୟ ସରକାର କାହିଁକି କରୁଛନ୍ତି ଅବହେଳା। କ'ଣ ରହିଛି ସରକାର ଙ୍କ ସ୍ବାର୍ଥ। ନା ଅବକାରୀ ବିଭାଗକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ କରୁଛନ୍ତି ଯୋଜନା। ଏଭଳି ଅନେକ ପ୍ରଶ୍ନ ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ, ବିଭାଗ ପକ୍ଷରୁ କେହି ଅଧିକାରୀ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ଘଟଣା ହେଉ ବା ଦୂର୍ଘଟଣା ଆମ୍ଭେ ମାନେ ସର୍ବଦା ଆଗ ପୋଲିସ କୁ ଦୋଷାରୋପ କରିଥାଉ। ହେଲେ ବାସ୍ତବ ଖେତ୍ରରେ ସବୁ ଓଲଟା। ବସ୍ତା ତହସିଲ ଅଧିନସ୍ଥ ୨୮୧ଟି ରାଜସ୍ବ ଗ୍ରାମ ର ଆଇନ ଶୃଙ୍ଖଳା କୁ ଦୃଷ୍ଟି ଦେବାକୁ ତିନୋଟି ଥାନା ସହ ଦୁଇଟି ଫାଣ୍ଡି ରହିଥିବା ବେଳେ ନିଶା ସାମ୍ରାଜ୍ୟ ପାଇଁ ଗୋଟିଏ ଅବକାରୀ ଥାନା ରହିଛି। ପ୍ରତି ଅବକାରୀ ଥାନା ରେ ଜଣେ ଇନିସପେକ୍ଟର, ଜଣେ ସବ ଇନସ୍ପେକ୍ଟର, ଜଣେ ଆସିଷ୍ଟାଣ୍ଡ ସବ ଇନସ୍ପେକ୍ଟର ସହିତ ଚାରିଜଣ ପୁରୁଷ ଓ ଜଣେ ମହିଳା କନଷ୍ଟେବଳ ନିଯୁକ୍ତ ଥିବା ର ବ୍ୟବସ୍ଥା ଥିବା ବେଳେ, ବସ୍ତା ଅବକାରୀ ବିଭାଗ ଜଣେ ସବ ଇନସ୍ପେକ୍ଟର ଏବଂ ଜଣେ କନଷ୍ଟେବଳ କୁ ନେଇ ଚାଲିଛି । କିଛି ବି ଅପ୍ରିତିକର ପରିସ୍ଥିତି ରେ ସର୍ବଦା ପୋଲିସ ଉପରେ ନିର୍ଭର କରନ୍ତି ଅଧିକାରୀ ମାନେ। ଅନେକ ସମୟରେ ନିଶା ମାଫିଆଙ୍କୁ ଧରିବାକୁ ଯାଇ ମାଫିଆଙ୍କ ଆକ୍ରୋଶର ଶିକାର ମଧ୍ୟ ହେଉଛନ୍ତି ବିଭାଗୀୟ ଅଧିକାରୀ। ପୁଣି ନିଜସ୍ବ ଥାନା ଗାଡିଟିଏ ନଥିବାରୁ ଭଡାଗାଡି ବ୍ୟବହାର କରାବାକୁ ବାଧ୍ୟ ହେଉଛନ୍ତି। ବିଗତ ଦିନ ମାନଙ୍କରେ ବସ୍ତା ଅବକାରୀ ବିଭାଗ ଅନେକ ସଫଳତା ସାଉଣ୍ଟି ଥିବା ବେଳେ ଚଳିତ ବର୍ଷ ମଧ୍ୟ ରେକର୍ଡ ସଂଖ୍ୟକ କେଶ କରିବାରେ ସଫଳ ହୋଇଛନ୍ତି ।ତେବେ କେବେ ସୁଧୁରିବ ବସ୍ତା ଅବକାରୀ ବିଭାଗ ର ଭାଗ୍ୟ। କେବେ ସରକାର ନିଶା ସାମ୍ରାଜ୍ୟ କୁ ଦମନ କରିବାକୁ ବସ୍ତା ଅବକାରୀ ଥାନାରେ ଆବଶ୍ୟକ ସଂଖ୍ୟକ ଅଧିକାରୀ ଙ୍କ ନିଯୁକ୍ତି ସହ ବିଭାଗ ପାଇଁ ଗାଡିଟିଏ ଯୋଗାଇ ଦେଉଛନ୍ତି, ନା ଅବକାରୀ ଥାନା ଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଉଛନ୍ତି ଦେଖିବାକୁ ବାକି ରହିଲା। ଯଦି ସରକାର ତୁରନ୍ତ ଏହି ଅବକାରୀ ଥାନାର ସୁବ୍ୟବସ୍ଥା ନକରନ୍ତି ତେବେ ନିଶ୍ଚିତ ଭାବରେ ବସ୍ତା ଅଞ୍ଚଳ ନିଶା ମାଫିଆ ଙ୍କର ଆଡ୍ଡାସ୍ଥଳୀ ପାଲଟିବ ଏଥିରେ ସନ୍ଦେହ ନାହିଁ। ସୀମାରେ ସୁରକ୍ଷା ବାହିନୀ , ଦେଶ ଭିତରେ ପୋଲିସ ବାହିନୀ, ଆଉ ନିଶା ରାଜ୍ୟ ରେ ଅବକାରୀ ବାହିନୀ ସର୍ବଦା ସକ୍ରିୟ ରହିଥିବା ବେଳେ, ସେମାନଙ୍କର ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।

Post a Comment

Previous Post Next Post