କଂଟାବାଞ୍ଜି,(ଆଜତକ୍ ଓଡ଼ିଶା) ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ଚଣ୍ଡୀକୁ ସୋମବାର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର କରାଯାଇଥିଲା। ସୋମବାର ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେଶ୍ୟାମର ଚାର୍ଜଫ୍ରେମ୍ କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅଭିଯୁକ୍ତ ଗୋବିନ୍ଦର ଓକିଲ ଏବଂ ରାଧେଶ୍ୟାମର ଓକିଲ ଉଭୟେ କୋର୍ଟରେ ପିଟିସନ୍ ଫାଇଲ କରିଛନ୍ତି ଯେ ଧାରା ୨୦୭ ଅନୁଯାୟୀ ସାଇଟିଫିକ୍ ଓପିନିଅନ୍ ଗୁଡ଼ିକ ସେମାନଙ୍କୁ ଦିଆଯାଇ ନାହିଁ। ଏଣୁ ମାନ୍ୟବର କୋର୍ଟ ଏହାର ତଥ୍ୟ ସେମାନଙ୍କୁ ଦେଲା ପରେ ହିଁ ଆଗକୁ ମାମଲାର ପ୍ରକ୍ରିୟା ଚାଲିବ ବୋଲି ଦୁଇ ଓକିଲ ପ୍ରାର୍ଥନା କରିଛନ୍ତି। ଅନ୍ୟପକ୍ଷରେ ସରକାରୀ ଓକିଲ ଏହାର ବିରୋଧ କଲା ପରେ ହିଁ ଅଗାମୀ ତାରିଖ ପରେ ଏହାର ଶୁଣାଣି ହେବ ବୋଲି ସୂଚନା ମିଳିଛି
ମମିତା ମେହେର ହତ୍ୟା ମାମଲା : ପୁଣି କୋର୍ଟରେ ହାଜର ହେଲେ ଗୋବିନ୍ଦ ଓ ରାଧେ
ଆଜତକ ଓଡ଼ିଶା
0
Tags
ହାଇଲାଇଟ୍ ସମ୍ବାଦ
Post a Comment