ନକଲି ବରକୁ ନକଲି ସୁନା , ବିବାହ ବେଦୀ ରୁ ଗିରଫ ହେଲେ ନକଲି ବର


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ନକଲି ବରକୁ ନକଲି ସୁନା ଗହଣା, ସବୁ କିଛି ନକଲି। ଏମିତି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ଚାଉଳଶୁଖା ଗ୍ରାମରେ । ଚାଉଳଶୁଖା ଗାଁକୁ ବାହା ହେବାକୁ ଆସି ନକଲି ସୁନା ଗହଣା ଦେଇ ଏବଂ ସାଥିରେ ବରଯାତ୍ରୀ ନ ଆଣି ଆସି ଥିବାରୁ ବର ହଟହଟା ହୋଇଛନ୍ତି। ନିଜକୁ କଳାହାଣ୍ଡି ଅଞ୍ଚଳର ସଞ୍ଜୟ ସାହୁ କହି ଚାଉଳସୁଖା ଗାଁର ଏକ ସାହୁ ପରିବାରର ଝିଅ ସହ ବାହାଘର ସ୍ଥିର କରିଥିଲା ଜଣେ ବିବାହିତ ପୁରୁଷ। ଝିଅ ଘରକୁ ନକଲି ଘର ଦେଖାଇବା ସହ ଅନ୍ୟ ଏକ ଗାଁ ଦେଖାଇ ବାହାଘର ପାଇଁ ଦିନ ନିର୍ଘଣ୍ଟ ହୋଇଥିଲା। ଗତକାଲି ବାହାଘର ସ୍ଥିର ହୋଇଥିଲା। ହେଲେ ବାବୁ ଜଣଙ୍କ ଲଗ୍ନର ଚାରି ଘଣ୍ଟା ପରେ ଏକାକୀ ବର ଗାଁରେ ପହଞ୍ଚିଥିଲେ। ସାଥିରେ ବରଯାତ୍ରୀ ନ ଆଣି ଏକା ଆସିଥିବାରୁ କନ୍ୟା ଘର ଲୋକେ ସନ୍ଦେହ କରିଥିଲେ।କନ୍ୟା ଘର ଲୋକେ ବାହାଘର କଲେନି। ଆଉ ପରିଚୟ ଖୋଜିବାରୁ ବରଙ୍କ ନାମ ଲକ୍ଷ୍ମୀକାନ୍ତ ତିୱାରୀ ବୋଲି ଜଣା ପଡ଼ିଥିଲା। ତାପରେ ଗାଁଲୋକେ ବରକୁ ଉତ୍ତମ ମଧ୍ୟମ ଦେଇଥିଲେ। କଣ୍ଟାବାଞ୍ଜି ଥାନା ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ଚାଉଳଶୁଖା ଗାଁକୁ ଆସିଥିବା ବେଳେ ଗାଁ ଲୋକେ ପୁଲିସ ଗାଡ଼ି ସହ ସମ୍ପୃକ୍ତ ବରକୁ ଅଟକ ରଖିଥିଲେ।

Post a Comment

Previous Post Next Post