ବୌଦ୍ଧ,(ହୃଦାନନ୍ଦ ମେହେର) ଆଜି ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ପୁରୁଣାକଟକ ବୌଦ୍ଧ ଆନୁକୂଲ୍ୟରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ଉତ୍ସବର ଉଦଘାଟନୀ ଦିବସକୁ ମହାବିଦ୍ୟାଳୟର ଅଧକ୍ଷ ମନୋଜ କୁମାର ପାଠୀ ଉଦଘାଟନ କରି ଛାତ୍ର ଛାତ୍ରୀଙ୍କୁ ଖେଳୁଆଡ଼ ମନୋଭାବ ନେଇ ଖେଳିବାକୁ ଉଦବୋଧନ ଦେଇ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କ୍ରୀଡାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଉଦଘାଟନ ଉତ୍ସବରେ ୨୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।ମହାମାରୀ କରୋନାର ଦୀର୍ଘ ଦିନ ପରେ ଅଧକ୍ଷଙ୍କ ପ୍ରୟାସ ଏମିତି ଏକ କ୍ରୀଡା ଉତ୍ସବ ଛାତ୍ର ଛାତ୍ରୀଙ୍କ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା । ପି ଇ ଟି ରଞ୍ଜନ କୁମାର ପାଣିଗ୍ରାହୀ, ରଞ୍ଜନ କୁମାର ଯୋଶୀ, ମଧୁସୂଦନ ଦେହୁରୀ, ଲଷ୍ମୀଧର ସାହୁ ପ୍ରମୁଖଙ୍କ ସହିତ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଉକ୍ତ ଉତ୍ସବରେ ସକ୍ରିୟ ସହଯୋଗ କରିଥିଲେ। ଆସନ୍ତା କାଲି ବାର୍ଷିକ କ୍ରୀଡା ଉତ୍ସବର ଉଦଯାପନୀ ହେବବୋଲି ଅଧକ୍ଷ ମନୋଜ ପାଠୀ ସୂଚନା ଦେଇଛନ୍ତି।
ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା
Post a Comment