ସହର ରେ ସଚେତନତା ଧର୍ମୀ ପଥପ୍ରାନ୍ତ ନାଟକ " ଜିଁ ଥିଲେ ଜୀବକା " ମଞ୍ଚସ୍ଥ ହୋଇଯାଇଛି


ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ସହର ରେ ସଚେତନତା ଧର୍ମୀ ପଥପ୍ରାନ୍ତ ନାଟକ ଜିଁ ଥିଲେ ଜୀବକା ମଞ୍ଚସ୍ଥ  ହୋଇଯାଇଛି। ସୁବର୍ଣ୍ଣପୁରର ଅଗ୍ରଣୀ ନୃତ୍ୟ ଓ ନାଟକ ଅନୁଷ୍ଠାନ ନାଟ୍ୟଚକ୍ର ର କଳାକାର ମାନଙ୍କଦ୍ୱାରା ସ୍ୱଚ୍ଛତା କୁ ନେଇ ପ୍ରସ୍ତୁତ ଏକ ସଚେତନତା ଧର୍ମି ପଥପ୍ରାନ୍ତ ନାଟକ ସହରର ବିଭିନ୍ନ ଛକ ମନଙ୍କରେ ପରିବେଷଣ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହାୟତାରେ ନାଟ୍ୟ ଚକ୍ର ର କଳାକାର ମାନେ ସ୍ୱଚ୍ଛତା ବିଷୟରେ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଦର୍ଶିତ କରିଥିବା ଏହି ନାଟକ 'ଜିଁ ଥିଲେ ଜୀବକା' ବେଶ ମନଛୁଆଁ ଓ ହୃଦୟସ୍ପର୍ଶି ହୋଇ ପାରିଛି।


 ଏହି ପଥପ୍ରାନ୍ତ ନାଟକଟିକୁ ପ୍ରସିଦ୍ଧ ନିର୍ଦ୍ଦେଶକ, ଅଭିନେତା ଶ୍ୟାମା ଓଁ ପ୍ରସାଦ ମିଶ୍ର ଙ୍କ ଦ୍ୱାରା ଲିଖିତ ହୋଇଥିବା ବେଳେ ନାଟ୍ୟ ଚକ୍ର ର ସଭାପତି ମନୋଜ କୁମାର ବାରିକ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ନାଟ୍ୟଚକ୍ର ଅନୁଷ୍ଠାନର ଅଭିଜ୍ଞ କଳାକାର ରମେଶ ନନ୍ଦ, ପିତାମ୍ବର ସୁନା, ଗୋବିନ୍ଦ ଡାଙ୍ଗ, ଆକାଶ ରଣା, ରାଜା ମହାରଣା, ମାନସ ପଧାନ, ଜଗନ୍ନାଥ ତ୍ରିପାଠୀ, ପପୁନ ପଧାନ, ଓ ଜଗନ୍ନାଥ ପାଣିଗ୍ରାହୀ ପ୍ରମୁଖ କଳାକାର ଏଥିରେ ନିଖୁଣ ଅଭିନୟ କରିଥିବା ବେଳେ ନିର୍ଦ୍ଦେଶକ ମନୋଜ ବାରିକଙ୍କ ବରିଷ୍ଠ ନିର୍ଦ୍ଦେଶନାରେ ନାଟକଟି ବେଶ ଜୀବନ୍ତ ହୋଇଉଠିଥିଲା ।

Post a Comment

Previous Post Next Post