ନେହେରୁ ଯୁବ କେନ୍ଦ୍ର,ସୋନପୁର ତତ୍ତ୍ଵାବଧାନରେ କ୍ୟାରିଅର୍ ଗାଇଡ୍ ଏବଂ କ୍ୟାରିଅର୍ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ


ଉଲୁଣ୍ଡା,(ଆଜତକ୍ ଓଡ଼ିଶା) ଉଲୁଣ୍ଡା ବ୍ଲକ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ଠାରେ ନେହେରୁ ଯୁବ କେନ୍ଦ୍ର,ସୋନପୁର ତତ୍ତ୍ଵାବଧାନରେ "CAREER GUIDANCE AND CAREER COUNSELING " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ର ଅଧ୍ୟକ୍ଷ ଡ. ଦେବାଶିଷ ପାଣ୍ଡିଆ ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ର, ସୋନପୁର ଏସ୍. ମୁଦୁଲି , ITI କଲେଜ ସୋନପୁର ର ପ୍ରଶିକ୍ଷଣ ପ୍ରଶିକ୍ଷକ ସୁଶାନ୍ତ କୁମାର ଜେନା ଓ ଶେଷଦେବ ନନ୍ଦ ଯୋଗ ଦେଇ ନିଜର ମତ ଉପସ୍ଥାପନ କରିଥିଲେ। ଅନ୍ୟ ପକ୍ଷରେ ଶିକ୍ଷା ବିଭାଗର ଅଧ୍ୟାପିକା ତେଜଶ୍ରୀ ମିଶ୍ର , ରେଣୁକା ହୋତା , ବିଶ୍ଵ ନାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ରାଷ୍ଟ୍ରୀୟ ଯୁବ ସମାଜସେବୀ ଧବଳେଶ୍ଵର ଭୁକ୍ତା ସ୍ଵାଗତ ଭାଷଣ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ହୃଷୀକେଶ ଦେହେରୀ। ଶେଷରେ ଅଧ୍ୟାପକ ବିଶ୍ଵ ନାଗ ଧନ୍ୟବାଦ ଦେଇଥିଲେ।

Post a Comment

Previous Post Next Post